ଭୁବନେଶ୍ୱର,୨୬।୫(ବ୍ୟୁରୋ)- ୟୁନିଭର୍ସିଟି ଅଫ୍ ଗ୍ରନିଙ୍ଗ୍ଜେନ୍ ତରଫରୁ ପ୍ରଦାନ କରାଯାଉଥିବା ୟୁରୋପିଆନ୍ ମାଷ୍ଟର୍ସ ଇନ୍ କ୍ଲିନିକାଲ୍ ଲିଙ୍ଗୁଇଷ୍ଟିକ୍(ଇଏମ୍ସିଏଲ୍+) ପ୍ରୋଗ୍ରାମ ସ୍କଲାରଶିପ୍ ପାଇବାକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ସ୍ବସ୍ତିକା ଭଟ୍ଟାଚାର୍ଯ୍ୟ। କ୍ଲିନିକାଲ ଲିଙ୍ଗୁଇଷ୍ଟିକ୍ କ୍ଷେତ୍ରରେ ଦିଆଯାଉଥିବା ଏହି ଦୁଇବର୍ଷିଆ ଇଣ୍ଟରନ୍ୟାଶନାଲ ରିସର୍ଚ୍ଚ ସ୍କଲାରଶିପ୍ ପାଇବା ଏକ କଷ୍ଟକର ବ୍ୟାପାର ହୋଇଥିବା ବେଳେ ସ୍ବସ୍ତିକା ଏହି ସଫଳତା ହାସଲ କରିଛନ୍ତି। ୟୁରୋପିଆନ୍ ଏଜୁକେଶନ, ଅଡିଓଭିଜୁଆଲ ଆଣ୍ଡ କଲ୍ଚର ଏକ୍ଜିକ୍ୟୁଟିଭ୍ ଏଜେନ୍ସି ଦ୍ୱାରା ତାଙ୍କ ନାମକୁ ସୁପାରିସ କରାଯାଇଛି। ଏରାସମସ୍ ମଣ୍ଡସ୍ ସ୍କଲାରଶିପ୍ ଗ୍ରାଣ୍ଟ୍ଭାବେ ସେ ଦୁଇବର୍ଷ ପାଇଁ ୩୫ରୁ ୩୮ଲକ୍ଷ ଟଙ୍କାର ଅନୁଦାନ ପାଇବେ। ଏହି ଅବସରରେ ସେ ୪ ପର୍ଯ୍ୟାୟରେ ଫିନ୍ଲାଣ୍ଡ, ନେଦରଲ୍ୟାଣ୍ଡ୍ସ, ଜର୍ମାନୀରେ ଅଧ୍ୟୟନ କରିବାର ସୁଯୋଗ ପାଇବେ।