Advertisement

ଇଏସ୍‌ଆଇ ଅଂଶଦାନ ୪%କୁ ହ୍ରାସ

ନୂଆଦିଲ୍ଲୀ,୧୪-୬: କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇ)ର ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମୋଟ ଅଂଶଦାନକୁ ୬.୫%ରୁ ୪%କୁ ହ୍ରାସ କରିଛନ୍ତି। ଏହାଦ୍ୱାରା ୧୨.୮୫ ଲକ୍ଷ ନିଯୁକ୍ତିଦାତା ପ୍ରତିବର୍ଷ ୫ ହଜାର କୋଟି ଟଙ୍କା ସଞ୍ଚୟ କରିପାରିବେ। ଏହାଦ୍ୱାରା ୩.୬ କୋଟି କର୍ମଚାରୀ ଲାଭାନ୍ବିତ ହେବେ। ଜୁଲାଇ ପହିଲାରୁ ଏହା କାର୍ଯ୍ୟକାରୀ ହେବ ବୋଲି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି ଯେ, ନିଯୁକ୍ତିଦାତାଙ୍କ ଅଂଶଦାନକୁ ୪.୭୫ରୁ ୩.୨୫ ପ୍ରତିଶତ ଏବଂ କର୍ମଚାରୀଙ୍କ ଅଂଶଦାନକୁ ୧.୭୫ରୁ ୦.୭୫%କୁ ହ୍ରାସ କରାଯାଇଛି। ଏହାଦ୍ୱାରା ଅଧିକ କର୍ମଚାରୀଙ୍କୁ ଇଏସ୍‌ଆଇ ଅଧୀନକୁ ଅଣାଯାଇପାରିବ ବୋଲି ଏଥିରେ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share