ଇକୋ ଫ୍ରେଣ୍ଡ୍‌ଲି ସାନିଟାରି ନାପ୍‌କିନ

କୋଏମ୍ବାଟୁର: ବଜାରରେ ବିକ୍ରି ହେଉଥିବା ସାଧାରଣ ସାନିଟାରି ନାପ୍‌କିନ ସମସ୍ୟା ସୃଷ୍ଟି କରୁଥିବାବେଳେ ଏଥିରୁ ମୁକ୍ତିପାଇବା ଲାଗି କୋଏମ୍ବାଟୁରର ଯୁବତୀ ଇଶାନା(୧୮) ପରିବେଶ ଉପଯୋଗୀ ଓ ରିୟୁଜେବଲ କଟନ ସାନିଟାରି ପ୍ୟାଡ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ସିଲେଇ ମେଶିନ୍‌ ଓ ଅନ୍ୟ ଆବଶ୍ୟକ ଜିନିଷ ବ୍ୟବହାର କରି ସେ ଏହା ପ୍ରସ୍ତୁତ କରୁଥିବାବେଳେ ଅନ୍ୟମାନେ ଏନେଇ ଉତ୍ସାହିତ ମଧ୍ୟ ହୋଇଛନ୍ତି। ଇଶାନା କହିଛନ୍ତି, ଏନେଇ ସଚେତନତାର ଆବଶ୍ୟକତା ରହିଛି। ବଜାରରେ ମିଳୁଥିବା କେମିକାଲ୍‌ ଲେପଯୁକ୍ତ ସାଧାରଣ ଶସ୍ତା ପ୍ୟାଡ୍‌ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟିକରୁଛି। ମୁଁ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ତେଣୁ କଟନ୍‌ କପଡ଼ାରେ ପ୍ରସ୍ତୁତ କରାଯାଉଥିବା ଇକୋ ଫ୍ରେଣ୍ଡ୍‌ଲି ସାନିଟାରି ନାପ୍‌କିନ ସମସ୍ତଙ୍କ ଲାଗି ଭଲ। ଏହା କଟନ୍‌ ଲେୟରଯୁକ୍ତ ଓ ପୁନଃ ବ୍ୟବହାର ଯୋଗ୍ୟ ଇକୋ ଫ୍ରେଣ୍ଡ୍‌ଲି ପୋଷାକ ଭଳି। ଏହାକୁ ଯୁବତୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ମହିଳାମାନେ ପିନ୍ଧିପାରିବେ ବୋଲି ସେ ମତ ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ଏହାକୁ ବେଶ୍‌ ପ୍ରଶଂସା କରାଯାଇଛି। ମହିଳାମାନଙ୍କ ଲାଗି ଇଶାନା ଏବେ ରୋଲ୍‌ମଡେଲ୍‌ ପାଲଟିଛନ୍ତି।

Share