ଇକୋ ସେନି୍ସଟିଭ୍‌ ଜୋନ ନାଁରେ ଉଚ୍ଛେଦକୁ ବିରୋଧ: ୨୮୫ ଗାଁ ବାସିନ୍ଦାଙ୍କ ବିକ୍ଷୋଭ ଶୋଭାଯାତ୍ରା

ବାରିପଦା ଅଫିସ,୧୮ା୧୦- ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଞ୍ଚଳରୁ ୨୮୫ ଗ୍ରାମର ଆଦିବାସୀ ମୂଳବାସିନ୍ଦାମାନଙ୍କୁ ଇକୋ-ସେନ୍ସିଟିଭ୍‌ ଜୋନ ବାହାନାରେ ଉଚ୍ଛେଦ କରିବା ଯୋଜନାକୁ ବିରୋଧ କରାଯାଇଛି। ଏଥିନେଇ ଜିଲା ପେସା ଗ୍ରାମସଭା କୋଅର୍ଡିନେଶନ କମିଟି ପକ୍ଷରୁ ଗୁରୁବାର ମଧୁବନ ପଡ଼ିିଆଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ଗ୍ରାମବାସୀ ଯୋଗ ଦେଇଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଜିଲା ପ୍ରଶାସନ ଜରିଆରେ ଭାରତ ସରକାରଙ୍କ ନ୍ୟାଶନାଲ କମିଶନ ଫର୍‌ ସିଡ୍ୟୁଲ ଟ୍ରାଇବ୍‌ର ଚେୟାରପର୍ସନ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ସେକ୍ରେଟାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ସହିତ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୟୂରଭଞ୍ଜ ଜିଲାପାଳଙ୍କ ନିକଟକୁ ଦାବିପତ୍ର ମଧ୍ୟ ପଠାଯାଇଛି।
କମିଟିର ଅଭିଯୋଗ ଅନୁଯାୟୀ, ଶିମିଳିପାଳ ଭିତରେ ତଥା ପାଦଦେଶରେ ଜିଲାର ୨୮୫ଟି ଗ୍ରାମର ଅଧିବାସୀ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି। ଏମାନେ ସମସ୍ତେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଜଙ୍ଗଲ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଏବେ ସେମାନଙ୍କୁ ଇକୋ-ସେନ୍ସିଟିଭ ଜୋନ ନାମରେ ଉଚ୍ଛେଦ କରିବା ପାଇଁ ଯୋଜନା କରାଯାଉଛି। ତେବେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପଞ୍ଚାୟତ ଏକ୍ସଟେନସନ ସିଡ୍ୟୁଲ ଏରିଆ (ପେସା) ଆଇନକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ସରକାର ଗୁରୁତ୍ୱ ଦେଉ ନାହାନ୍ତି। ଆଦିବାସୀଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ କରିବା ପେସା ଆଇନର ମୂଳ ଲକ୍ଷ୍ୟ। ଏହି ଆଇନ କାର୍ଯ୍ୟକାରୀ ହେଲେ ଗ୍ରାମସଭା ତଥା ଗଠନ କରାଯାଇଥିବା ପରିଷଦ ହାତରେ ଗ୍ରାମର ସମସ୍ତ ଦାୟିତ୍ୱ ନ୍ୟସ୍ତ ରହିବ। ଲଘୁ ବନଜାତ ଦ୍ରବ୍ୟ, କ୍ଷୁଦ୍ର ଜଳସେଚନ, ହିତାଧିକାରୀ ଚୟନ କରିବା, ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନଓ୍ବାଡି ଆଦିର ପରିଚାଳନା ନିଷ୍ପତ୍ତି ରହିବ। ଏହା ଦ୍ୱାରା ଆଦିବାସୀମାନଙ୍କର ସଂସ୍କୃତି, ପରମ୍ପରା ଓ ଜୀବିକା ସୁରକ୍ଷିତ ରହିବା ସହ ଜଳ, ଜମି, ଜଙ୍ଗଲକୁ ସୁରକ୍ଷା ଯୋଗାଯାଇ ପାରିବ। ଏହି ଆଇନ କାର୍ଯ୍ୟକାରୀ ନ ହେବାରୁ ବିଭିନ୍ନ ପ୍ରକଳ୍ପ ଯୋଗୁ ଆଦିବାସୀମାନଙ୍କୁ ନିଜର ମୂଳବସତିରୁ ବିସ୍ଥାପିତ ହେବାକୁ ପଡୁଛି। ହଠାତ ହେଉଥିବା ପରିବର୍ତ୍ତନକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ଫଳରେ ସେମାନେ ବାଧ୍ୟ ହୋଇ ଜଙ୍ଗଲ ଛାଡୁଥିବା ବେଳେ ସେମାନଙ୍କ ବିକାଶ ହୋଇପାରୁନାହିଁ। ଆଦିମ ଏବଂ ବିଲୁପ୍ତ ହେବାକୁ ବସିଥିବା ଆଦିବାସୀମାନେ ସ୍ବାଧୀନତା ପରଠାରୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇ ଚାଲିଛନ୍ତି। ପେସା ଆଇନ କାର୍ଯ୍ୟକାରୀ କରି ସରକାର ତୃଣମୂଳସ୍ତରରୁ ବିଭିନ୍ନ ବର୍ଗର ଅବହେଳିତ ଆଦିବାସୀଙ୍କ ବିକାଶ କରିବାକୁ କମିଟି ଦାବି କରିଛି । ଏହି କାର୍ଯ୍ୟକ୍ରମରେ କମିଟିର ପାଣ୍ଡୁରାମ ହେମ୍ବ୍ରମ, ନନାରାମ ମୁର୍ମୁ, ରାମଦାସ ମାରାଣ୍ଡି, ଶଙ୍କର ମାରାଣ୍ଡି, କାର୍ମୀମଣି କିସ୍କୁ, ସାୱାନ ବାସ୍କେ, ଅଶୋକ ସିଂ, ଦୁର୍ଗାଚରଣ ମାରାଣ୍ଡି, ସୁରେନ୍ଦ୍ର ସୋରେନ ପ୍ରମୁଖଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଁପୁରରେ ଜମୁଛି ଧନୁଯାତ୍ରା ମହୋତ୍ସବ

ଭବାନୀପାଟଣା,୩୦ା୧୨ (ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସେଁପୁର ଦୁର୍ଗାମଣ୍ଡପ ପଡିଆରେ ଗୁରୁବାରଠାରୁ ଚାଲିଥିବା ଧନୁଯାତ୍ରା ମହୋତ୍ସବ ଜମିବାରେ ଲାଗିଛି। ଗ୍ରାମବାସୀଙ୍କ...

ବଦଳିବ ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ : ୪୬ ପ୍ରକଳ୍ପ ଉନ୍ନତୀକରଣ ପାଇଁ ୪୪ କୋଟିର ପ୍ରସ୍ତାବ

ଭବାନୀପାଟଣା,୩୦ା୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଥିବା ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ...

୫୦ ଟଙ୍କା ପାଇଁ ଲକ୍ଷେ ୨୦ ହଜାର ତଣ୍ଡ ଗଣିବେ ବିଦେଶୀ ମଦ ଦୋକାନୀ

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ):  ୫୦ଟଙ୍କା ପାଇଁ ଜଣେ ମଦ ଦୋକାନୀ ଲକ୍ଷେ ୨୦ହଜାର ଟଙ୍କା ତଣ୍ଡ ଗଣିବେ। ଖାଉଟି ଅଦାଲତଙ୍କ ଦ୍ୱାରା ରବିବାର ପ୍ରକାଶ ପାଇଥିବା...

କ୍ରିପ୍ଟୋ କରେନ୍ସି ନାଁରେ ୧ ଲକ୍ଷ ଠକେଇ

ବ୍ରହ୍ମପୁର,୩୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): କ୍ରିପ୍ଟୋ କରେନ୍ସି ନାଁରେ ବ୍ରହ୍ମପୁରର ଜଣେ ଯୁବକଙ୍କଠାରୁ ଟଙ୍କା ଠକେଇ ହୋଇଛି। ସାଇବର ଠକ ପ୍ରାୟ ୧ ଲକ୍ଷ ଟଙ୍କା ଠକି...

ଦିଲ୍ଲୀ ପ୍ୟାରେଡ଼ରେ ଯୋଗଦେବେ ସୁମେଶ

ଗଞ୍ଜାମ,୩୦ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ସିନିୟର୍‌ ଡିଭିଜନ ନାଭାଲ ଏନ୍‌ସିସି କ୍ୟାଡେଟ ସୁମେଶ ପଲାଇ ଦିଲ୍ଲୀ ଜନପଥରେ ଅନୁଷ୍ଠିତ ହେବାକୁ ଥିବା ୨୦୨୫ ପ୍ୟାରେଡ଼ରେ ଭାଗ...

ବିକ୍ରି ହୋଇପାରୁନି ଧାନ, ପାଠପଢା ଛାଡ଼ି ଧାରଣାରେ ବସିଲେ ମାଟ୍ରିକ ଛାତ୍ର

ବରଗଡ଼,୩୦।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ କୃଷିପ୍ରଧାନ ଜିଲା। କୃଷି ହିଁ ଜିଲାବାସୀଙ୍କ ଜୀବନ ଜୀବିକା। କୃଷିକ୍ଷେତ୍ରରେ ବାଧା ଉପୁଜିଲେ ଜିଲାବାସୀଙ୍କ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ। ଏଭଳି...

ଯାତ୍ରାରେ ଅଶ୍ଳୀଳ ନୃତ୍ୟ: ସାହୁ ଭାଉଜଙ୍କ ବିରୋଧରେ ପୋଲିସ ରୁଜୁ କଲା ମାମଲା

ମାଲକାନଗିରି, ୩୦ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ କତାମେଟାରେ ଶନିବାର ଶ୍ରୀକ୍ଷେତ୍ର ଅପେରା ଯାତ୍ରା କରୁଥିବା ବେଳେ ଜଣେ ତରୁଣୀଙ୍କ ଅଶ୍ଳୀଳ ନୃତ୍ୟକୁ ଆଧାରକରି...

ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ଅଭିନୟ ପାଇଁ ମନୋନୀତ ହେଲେ ବୃନ୍ଦାବନ ସାଂକୃତିକ ଅନୁଷ୍ଠାନର କଳାକାର

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଷାଠିଏ ଜଣ କଳାକାର କେନ୍ଦ୍ର ସଂସ୍କୃତି ବିଭାଗ ଓ କେନ୍ଦ୍ର ସଙ୍ଗୀତ ନାଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri