Posted inରାଜ୍ୟ

ଇଚ୍ଛାପୁରସ୍ଥ ସ୍ନାନମଣ୍ଡପରେ ଶ୍ରୀବଳଦେବଜୀଉ

କେନ୍ଦ୍ରାପଡ଼ା ଅଫିସ, ୧୭ା୬: ସୋମବାର ଦେବସ୍ନାନ ପୂର୍ଣ୍ଣିମା। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ଆରମ୍ଭ ହୋଇଛି। ସ୍ନାନପୂର୍ଣ୍ଣିମା ଉପଲକ୍ଷେ ରବିବାର ରାତିରେ ବଡ଼ସିଂହାର ବେଶ ପରେ ୩ଠାକୁର ଚକା(ରନତ୍ ସିଂହାସନ) ଛାଡ଼ିଥିଲେ। ଏହି ସମୟରେ ଶ୍ରୀଜୀଉମାନଙ୍କୁ ଓଲାଗି କରାଯାଇଥିଲା। ଏହା ପୂର୍ବରୁ ମନ୍ଦିର ବେଢ଼ା ମଧ୍ୟସ୍ଥ ବାମ୍ପିରୁ ସେବାୟତମାନେ ୧୦୮ କଳସ ପବିତ୍ର ଜଳ ସଂଗ୍ରହ କରିଥିଲେ। ଏହାକୁ ରାଜ ପୁରୋହିତଙ୍କ ଦ୍ୱାରା ଅଭିମନ୍ତ୍ରିତ କରାଯିବା ସହିତ ହରିଡ଼ା, ଯବ, ଚନ୍ଦନ, ଯାଇଫଳ ଇତ୍ୟାଦି ଓଷଧୀୟ ଦ୍ରବ୍ୟ ଓ ସୁଗନ୍ଧିତ ଅତର ଏହି ଜଳ କଳସରେ ମିଶ୍ରଣ କରାଯାଇ ମୁକ୍ତିମଣ୍ଡପରେ ରଖାଯାଇଥିଲା। ଏହି ଅବସରରେ ଠାକୁରମାନଙ୍କୁ ରନତ୍ ସିଂହାସନରୁ ଅଣାଯାଇ ମନ୍ଦିର ଭୋଗ ମଣ୍ଡପରେ ବିଜେ ପଣ୍ଡାଙ୍କ ଦ୍ୱାରା ସେନାପଟା ବେଶରେ ସଜ୍ଜିତ କରାଯାଇଥିଲା। ପ୍ରତ୍ୟୁଷରୁ ରାଜ ପୁରୋହିତଙ୍କ ପୁଷ୍ପାଞ୍ଜଳି ନୀତି ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଠାକୁରଙ୍କୁ ରାଜଭେଟି ଅର୍ପଣ କରାଯାଇଥିଲା। ପରେ ୩ ଠାକୁରଙ୍କ ଡୋରି ଫିଟାଯାଇ ଧାଡ଼ି ପହଣ୍ଡିରେ ସ୍ନାନବେଦିକୁ ବିଜେ କରାଯାଇଥିଲା। ଶ୍ରୀଜୀଉମାନଙ୍କୁ ପୂର୍ବ ରାତିରୁ ସଂଗୃହୀତ ହୋଇ ରହିଥିବା ଅଭିମନ୍ତ୍ରିତ ୧୦୮ କଳସ ଜଳ ମହାପ୍ରଭୁଙ୍କ ଶ୍ରୀଚରଣରେ ଲାଗି କରାଯାଇଥିଲା। ଏହି ଅବସରରେ ପାରମ୍ପରିକ ପୂଜା ନୀତି ଅନୁଯାୟୀ ଚନ୍ଦନ ସ୍ନାନ କରାଯାଉଛି। ଅପରାହ୍ନ ୧ଟାରେ ଶ୍ରୀଜୀଉଙ୍କୁ ମଙ୍ଗଳାର୍ପଣ କରାଯାଇ ଖେଚୁଡ଼ି ଧୂପ ସ୍ନାନବେଦି ଉପରେ ସମ୍ପନ୍ନ ହୋଇ ଶ୍ରୀବଳଦେବଜୀଉ ଓ ଶ୍ରୀଜଗନ୍ନାଥଙ୍କୁ ଗଜାନନ ବେଶ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ା ଶ୍ରୀଜୀଉଙ୍କ ଏହି ନୀତି ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିିଛି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ୍‌ ୧ରୁ ୧୪ଯାଏ ପାଳନ ହେବ ‘ଓଡ଼ିଆ ପକ୍ଷ’

ଭୁବନେଶ୍ୱର,୩୧ା୩: ଏପ୍ରିଲ ୧ ଓଡ଼ିଶା ଦିବସଠାରୁ ୧୪ ତାରିଖ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ ପାଳନ କରାଯିବ।...

ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବକ ନେବେ ପ୍ରଶିକ୍ଷଣ

ପୁରୀ,୩୧।୩: ମହାପ୍ରଭୁଙ୍କ ଦୈନନ୍ଦିନ ସେବାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୋମବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ...

କାଳବୈଶାଖୀ: କାଲିଠୁ ୫ ପର୍ଯ୍ୟନ୍ତ ଝଡ଼ବର୍ଷା, ତାତିରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ୱର,୩୧ା୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ହେଲେ କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ନେଇ ସୋମବାର...

ଲୋ-ଭୋଲଟେଜ, ବିଦ୍ୟୁତ୍‌ କାଟ ପ୍ରତିବାଦରେ ୨୭ ଘଣ୍ଟା ହେଲା ଧାରଣାରେ ଚାଷୀ

ନବରଙ୍ଗପୁର,୩୧।୩(ସଦାଶିବ ପ୍ରହରାଜ): ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଲୋକେ...

ମରାମତି କାମ ଶେଷ: ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌

କଟକ,୩୧।୩: ବେଙ୍ଗାଲୁରୁରୁ କାମାକ୍ଷା ଅଭିମୁଖେ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍‌ କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ରବିବାର ଲାଇନ୍‌ଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର...

Subhadra Scheme: ଆଜି ସୁଭଦ୍ରା ଆବେଦନର ଶେଷ ତାରିଖ, ଏକାଥରକେ ପାଇବେ ୧୫ ହଜାର, ଶୀଘ୍ର…

ଭୁବନେଶ୍ୱର,୩୧।୩: ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାନ୍ତି କି? ତେବେ ଏହି ଖବରଟି ଆପଣଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। କାରଣ ନୂଆ ଆବେଦନକାରୀଙ୍କ ଲାଗି ସୋମବାର...

ତଳେ ବସି ରହିଛି ମୃତଦେହ, ବେକରେ ଲାଗିଛି ରଶି; ହତ୍ୟା ଅଭିଯୋଗ ଆଣିଲେ ପରିବାର

ନୀଳଗିରି,୩୧।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ ହସ୍ପିଟାଲ ନିକଟସ୍ଥ ତିନିକୋଶିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ...

ଦଣ୍ଡନାଚରେ ଅଘଟଣ: ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲେ ବାପାପୁଅ

ବ୍ରହ୍ମପୁର,୩୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଦିନକୁ ଦିନ ଗଞ୍ଜାମ ଜିଲା ଅଶାନ୍ତ ହେବାରେ ଲାଗିଛି। ୪୮ ଘଣ୍ଟା ମଧ୍ୟରେ ଜିଲାରେ ତିନୋଟି ମୁଣ୍ଡ ଗଡିଛି। ଗତ ଶୁକ୍ରବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image