Categories: ଜାତୀୟ

ଇଛାଶକ୍ତି ଆଗରେ ହାର୍‌ ମାନିଛି ଦିବ୍ୟାଙ୍ଗତା: ୨ ହାତ ନ ଥାଇ ଶିକ୍ଷକତା ନିଶା

ଭୋପାଳ,୪।୯: ଇଛାଶକ୍ତି ଆଗରେ ସମସ୍ତ ବାଧା ଦୂର ହୋଇଯାଇଥାଏ। ଏଭଳି ଏକ ଉଦାହରଣ ପାଲଟିଛନ୍ତି ମଧ୍ୟପ୍ରଦେଶର ଜଣେ ପ୍ରାଥମିକ ଶିକ୍ଷକ ରାକେଶ ପନ୍ଦ୍ରେ। ପିଲାଦିନେ ଏକ ଦୁର୍ଘଟଣାରେ ରାକେଶ ନିଜର ୨ ହାତ ହରାଇଥିଲେ। ତେବେ ଦୃଢ଼ ଇଛାଶକ୍ତି ଆଗରେ ତାଙ୍କର ଦିବ୍ୟାଙ୍ଗତା ହାର୍‌ ମାନିଥିଲା। ସେ ପାଠ ପଢ଼ି ଶେଷରେ ଶିକ୍ଷକତାକୁ ପେଶା ଭାବେ ଗ୍ରହଣ କରିଥିଲେ। ଏବେ ସେ ବାଲାଘାଟର ରାଜଗାଓ୍ବଁରେ ଥିବା ପ୍ରାଇମେରୀ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ୭ ବର୍ଷ ବୟସରେ ବିଦ୍ୟୁତ୍‌ ଆଘାତ୍‌ରେ ତାଙ୍କର ଅଧାରୁ ଅଧିକ ଶରୀର ଜଳି ଯାଇଥିଲା। ଦୀର୍ଘ ୫ ବର୍ଷ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ତାଙ୍କର ଦୁଇ ହାତ ଅଧାରୁ କଟା ଯାଇଥିଲା।

Share