ଭାରତୀୟ କ୍ରିକେଟ ଦଳର ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନଙ୍କ ଆଜି ୩୩ତମ ଜନ୍ମଦିବସ। କ୍ରିକେଟରେ ଅନେକ ବ୍ୟାଟ୍ସମ୍ୟାନ୍ଙ୍କ ନିଦ ହଜାଉଥିବା ଅଶ୍ୱିନ୍ ଜଣେ ଉତ୍ତମ ଛାତ୍ର ଥିଲେ। ସେ ଆଇଟିରେ ଇଞ୍ଜିନିୟରିଂ ପାସ୍ କରିଥିବାବେଳେ ଏମ୍ବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଏହାପରେ ଏକ କମ୍ପାନୀରେ ମଧ୍ୟ ଚାକିରି କରିଥିଲେ। କିନ୍ତୁ କ୍ରିକେଟ ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ପଡିଆକୁ ଟାଣିଆଣିଥିଲା। ପରେ ଜଣେ ଓପନିଂ ବ୍ୟାଟ୍ସମ୍ୟାନରୁ କ୍ୟାରିୟର୍ ଆରମ୍ଭ କରିଥିବା ଅଶ୍ୱିନ୍ ଶେଷରେ ଜଣେ ଅଫ୍ସ୍ପିନ୍ ବୋଲର୍ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଟେଷ୍ଟରେ ଖୁବ୍ଶିଘ୍ର ୩୦୦ ଉଇକେଟ୍ ନେବାରେ ଅଶ୍ୱିନ ଡେନିସ୍ ଲିଲିଙ୍କ ରେକର୍ଡ ଭାଙ୍ଗିଥିଲେ। କେବଳ ୫୪ ମ୍ୟାଚରେ ସେ ଏହି ଉପଲବ୍ଧି ହାସଲ କରିଥିଲେ।