ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ ମାର୍ଚ୍ଚ ୯ଠାରୁ ଲକ୍‌ଡାଉନ୍‌ ଜାରି ହୋଇଥିଲା। ଶନିବାର ଏଠାରେ ୮୮୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦେଶରେ ୯୨,୪୭୨ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ସାଢ଼େ ୬ କୋଟିରୁ ଅଧିକ ଲୋକ ଘରେ ବନ୍ଦ ରହିବାକୁ ବାଧ୍ୟ ହୋଇଛନ୍ତି। ରବିବାର ମଧ୍ୟ ସ୍ଥିତିରେ ସୁଧାର ଆସିନି। ତେଣୁ ହୁଏତ ପ୍ରଧାନମନ୍ତ୍ରୀ ଗ୍ୟୁସେପ୍‌ କାଣ୍ଟେ ଲକ୍‌ଡାଉନ୍‌ ସମୟ ସୀମାକୁ ବଢ଼ାଇ ପାରନ୍ତି ବୋଲି କୁହାଯାଉଛି।

Share