ଇଟାଲିରେ କରୋନା ମୁକାବିଲା: ୮୦୦୦ ମେୟର ଫେସ୍‌ବୁକ୍‌ ସହିତ ଡ୍ରୋନ୍‌ ଦ୍ୱାରା ଲୋକଙ୍କୁ କରୁଥିଲେ ସଚେତନ

ରୋମ୍‌,୨୮।୪: ଇଟାଲିରେ କରୋନା ସଂକ୍ରମଣ କମିବାରେ ଳାଗିଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ଏବେ କେତେକାଶଂରେ ବି ଜାରି ରହିଛି। ଦିନେ କରୋନା ମହାମାରୀର ହଟ୍‌ସ୍ପଟ୍‌ ପାଲଟି ଥିବା ଇଟାଲିର ସ୍ଥିତି ସ୍ବାଭାବିକ ହେବାରେ ୮୦୦୦ ମେୟରଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଥିବା କୁହାଯାଉଛି। ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌କୁ କେତେକ ଉଲ୍ଲଂଘନ କରୁଥିବା ଘଟଣା ନଜରକୁ ଆସିବା ପରେ ଲୋକଙ୍କୁ ଲକ୍‌ଡାଉନ୍‌ ସମ୍ପର୍କରେ ସଚେତନ କରାଇବା ଲାଗି ମେୟରମାନେ ଅଣ୍ଟା ଭିଡ଼ିଥିଲେ। ସେମାନେ ପ୍ରଥମେ ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କୁ ବୁଝାଇବା ଆରମ୍ଭ କରିଥିଲେ। ଏହାପରେ ଫେସ୍‌ବୁକ୍‌ରେ ନାନପ୍ରକାର ସଚେତନତା ମୂଳକ ବାର୍ତ୍ତା ଶେୟାର କରିଥିଲେ। ପରବର୍ତ୍ତୀ ସମୟରେ ଡ୍ରୋନ୍‌ ଦ୍ୱାରା ମେୟରମାନେ ଲୋକଙ୍କୁ ଲକ୍‌ଡାଉନ୍‌ର ସୁଫଳ ସମ୍ପର୍କରେ ଅବଗତ କରାଇବା ଆରମ୍ଭ କରିଥିଲେ। ଲୋକେ ସଚେତନ ହେବା ଆରମ୍ଭ କରିଥିଲେ। ଏହାର ସୁଫଳ ମିଳିଥିଲା। ଧୀରେ ଧୀରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଥିଲା। ଏଥିରେ ଆସ୍ତି ସହରର ମେୟର ମେରରେଜିଓ ସେସୋରୋ, ଲୁକରା ସହରର ମେୟର ଏଣ୍ଟୋନିଓ ଟେଟୁଲୋ, ବାରି ସହରର ମେୟର ଏଣ୍ଟୋନିଓ ଡେକାରୋ, ସାଲେନା ସହରର ମେୟର ଓ୍ବିନସେଞ୍ଜୋ ଡେ ଲୁକା, ଗ୍ବାଲ୍ଡୋ ଟାବିନୋର ମେୟର ମୈସିମେଲିୟାନୋ ପ୍ରେସ୍କଟୟୁଟି, ମେସିନାର ମେୟର କାଟେନା ଡି ଲୁକା ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଲେନା ସହରର ମେୟର ଓ୍ବିନସେଞ୍ଜୋ ଡେ ଲୁକା ସଭିଙ୍କୁ ଏକଜୁଟ କରି ଯୋଜନାବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଫଳରେ ଇଟାଲିର ଅବସ୍ଥାରେ ଏବେ ସୁଧାର ଆସିପାରିଛି।

Share