ରୋମ୍,୬।୪: ଇଟାଲିରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଇତିମଧ୍ୟରେ ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୫,୮୮୭ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୧,୨୮, ୯୪୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫୨୫ ଲୋକଙ୍କ ମୃତ୍ୟୁ ଘଟିଛି। ସାମାଜିକ ଦୂରତା ଅବଲମ୍ବନ କରିବା ଲାଗି ଏଠାରେ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରି ହୋଇଛି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍