ଇଟାଲିରେ ବୃଦ୍ଧି ପାଉଛି କରୋନା ଭାଇରସ ମୃତ୍ୟୁସଂଖ୍ୟା

ରୋମ,୧୧।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୧୦୦ ଦେଶକୁ ବ୍ୟାପିଗଲାଣି। ଏଥିମଧ୍ୟରୁ ଇଟାଲିରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଥିବାରୁ ଏବେ କରୋନା ତା’ର ଠିକଣା ଇଟାଲି କରିଦେଇଛି ବୋଲି କୁହାଯାଉଛି। ମଙ୍ଗଳବାର ସୁଦ୍ଧା ଇଟାଲିରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୬୩୧ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲାଣି ୮,୫୧୪। ଏମାନଙ୍କ ମଧ୍ୟରୁ ୧,୦୦୪ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ୫୦-୯୦ ବୟସର ବ୍ୟକ୍ତିଥିବା ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଇଟାଲିର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ୍‌, ଥିଏଟର, ନାଇଟ୍‌ କ୍ଲବକୁ ବନ୍ଦ କରାଯିବା ସହ ଅନେକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏହାପରେ ଦକ୍ଷିଣ କୋରିଆ ଓ ଇରାନରେ ମଧ୍ୟ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Share