ଇଟାଲୀକୁ ଟପିଲା ବ୍ରିଟେନ

ଓ୍ବାଶିଂଟନ/ଲଣ୍ଡନ/ରୋମ୍‌, ୬ା୫: ମହାମାରୀ କରୋନା ଉଗ୍ରରୂପ ନେବାରେ ଲାଗିଛି। ୨୧୨ ଦେଶର ୩୬.୮୭ ଲକ୍ଷ ଜଣ ଏହା ଜାଲରେ ପଡ଼ିଥିବାବେଳେ ୨.୫୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଭୂତାଣୁ ଆକ୍ରାନ୍ତରେ ଗଲାଣି। ମଙ୍ଗଳବାର ୪୪,୫୦୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨,୯୦୦ ଲୋକଙ୍କ ପ୍ରାଣହାନି ଘଟିଛି। ଆମେରିକା ଓ ବ୍ରିଟେନରେ ସ୍ଥିତି ଗମ୍ଭୀର ଥିବାବେଳେ ୟୁରୋପୀୟ ଦେଶରେ ଭୟର ବାତାବରଣ ସୃଷ୍ଟିହୋଇଛି। ବ୍ରିଟେନର ମୋଟ ମୃତ୍ୟୁସଂଖ୍ୟା ମଙ୍ଗଳବାର ଇଟାଲୀ, ସ୍ପେନ୍‌ ମୃତ୍ୟୁସଂଖ୍ୟାକୁ ଟପିଛି। ଇଟାଲୀରେ ୨,୧୩ ଲକ୍ଷ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୨୯,୩୧୫କୁ ବୃଦ୍ଧିପାଇଛି। ସେହିଭଳି ସ୍ପେନ୍‌ରେ ୨.୫୦ ଲକ୍ଷ ସଂକ୍ରମିତ ରହିଥିବା ବେଳେ ୨୫,୬୧୩ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ ୨୫,୨୧୦ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୬୯ ଲକ୍ଷ ଟପିଛି। କିନ୍ତୁ ବ୍ରିଟେନରେ ଏବେ ମୃତ୍ୟୁସଂଖ୍ୟା ୨୯, ୪୨୭କୁ ବୃଦ୍ଧିପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧.୯୫ ଲକ୍ଷକୁ ବୃଦ୍ଧିପାଇଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷରୁ ଅଧିକ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୭୦,୭୩୦କୁ ବୃଦ୍ଧିପାଇଛି।

Share