A robot helping medical teams treat patients suffering from the coronavirus disease (COVID-19) is pictured at a patients' room, in the Circolo hospital, in Varese, Italy April 1, 2020. REUTERS/Flavio Lo Scalzo TPX IMAGES OF THE DAY
ରୋମ,୨।୪: ନ୍ୟାଶନାଲ ସିଭିଲ ପ୍ରୋଟେକସନ୍ ଡିପାର୍ଟମେଣ୍ଟର ମୁଖ୍ୟ ଆଞ୍ଜେଲୋ ବୋରେଲିଙ୍କ ସୂଚନା ଅନୁଯାୟୀ, ବୁଧବାର ସୁଦ୍ଧା ଇଟାଲୀରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୧୩,୧୫୫ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୭୨୭ ଜଣଙ୍କ ମୃତ୍ୟୁ ହେବା ସହ ୨,୯୩୭ ନୂଆ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୮୦,୫୭୨ରେ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧,୧୧୮ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ୧୬,୮୪୭ଜଣ ରୋଗୀ ସୁସ୍ଥ ହୋଇଥିବା କହିଛନ୍ତି ବୋରେଲି। ଏଠାରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିବାରୁ ଏହା ସେଠାକାର ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଇଟାଲୀ ଓ ଆମେରିକାରେ ତାଣ୍ଡବ ରଚିଛି। ଏବେ ସେଠାରେ କରୋନା ମୃତକଙ୍କ ସଂଖ୍ୟା ଚାଇନାଠାରୁ ଅଧିକ ହୋଇଯିବା ବିଶ୍ୱକୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି।