Posted inଖେଳ

ଇଟାଲୀ ଫେରିବେ ଇବ୍ରାହିମୋଭିଚ୍‌

ଓ୍ବାଶଂଟନ, ୧୨ା୫ (ଏପି)- ସ୍ବିଡେନ୍‌ର ଷ୍ଟାର ଫୁଟ୍‌ବଲ ଖେଳାଳି ଜ୍ଲାଟାନ୍‌ ଇବ୍ରାହିମୋଭିଚ୍‌ ଇଟାଲୀ ଫେରିବା ଲାଗି ଯୋଜନା କରୁଛନ୍ତି। ସିରି ଏ’ ସିଜନରେ ସେ ଏସି ମିଲାନ ଦଳ ତରଫରୁ ଖେଳିବେ। ଇଟାଲୀ ଗଲେ ସେଠାରେ ତାଙ୍କୁ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ନିଜ ଦେଶ ସ୍ବିଡେନ ଛାଡ଼ି ଇଟାଲୀ ଗଲେ ତାଙ୍କୁ ନେଇ ଦେଶରେ ନାନା ପ୍ରଶ୍ନ ଉଠିବ। ଇବ୍ରାହିମୋଭିଚ୍‌ ହାମାର୍‌ବି କ୍ଲବରେ ଟ୍ରେନିଂ ସହ ତାଙ୍କ ଫିଟ୍‌ନେସ୍‌ ବଜାୟ ରଖିଛନ୍ତି। ଷ୍ଟକହୋମ୍‌ଭିତ୍ତିକ ଏହି କ୍ଲବର ୨୫ ପ୍ରତିଶତ ଅଂଶଧନ ସେ ଗତବର୍ଷ କ୍ରୟ କରିଛନ୍ତି। କରୋନା ମହାମାରୀ ସମୟରେ ସ୍ବିଡେନ୍‌ରେ ଲକ୍‌ଡାଉନ୍‌କୁ ସେତେଟା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ଏହି ଷ୍ଟାର୍‌ ଷ୍ଟ୍ରାଇକର ପ୍ରାକ୍ଟିସ ବେଳେ ଉଭୟ ପୁରୁଷ ଓ ମହିଳା ଟିମ୍‌ ସହିତ ଟ୍ରେନିଂ ମ୍ୟାଚ ଖେଳି ଅଭ୍ୟାସ କରିଛନ୍ତି। ୩୮ ବର୍ଷୀୟ ଇବ୍ରାହିମୋଭିଚ୍‌ଙ୍କ କ୍ଲବ କ୍ୟାରିୟରର ସମ୍ଭବତଃ ଏହା ଅନ୍ତିମ ବର୍ଷ। ମିଲାନ ସମେତ ଇଟାଲିଆନ ଲିଗ୍‌ର ଅଧିକାଂଶ କ୍ଲବ ଗତ ସପ୍ତାହରୁ ବ୍ୟକ୍ତିଗତ ଭିତ୍ତିରେ ଟ୍ରେନିଂ ଆରମ୍ଭ କରିଛନ୍ତି। ଆସନ୍ତା ସୋମବାରଠାରୁ ସମ୍ପୂର୍ଣ୍ଣ ଟିମ୍‌ର ଟ୍ରେନିଂ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri