ଓ୍ବାଶଂଟନ, ୧୨ା୫ (ଏପି)- ସ୍ବିଡେନ୍ର ଷ୍ଟାର ଫୁଟ୍ବଲ ଖେଳାଳି ଜ୍ଲାଟାନ୍ ଇବ୍ରାହିମୋଭିଚ୍ ଇଟାଲୀ ଫେରିବା ଲାଗି ଯୋଜନା କରୁଛନ୍ତି। ସିରି ଏ’ ସିଜନରେ ସେ ଏସି ମିଲାନ ଦଳ ତରଫରୁ ଖେଳିବେ। ଇଟାଲୀ ଗଲେ ସେଠାରେ ତାଙ୍କୁ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ। ନିଜ ଦେଶ ସ୍ବିଡେନ ଛାଡ଼ି ଇଟାଲୀ ଗଲେ ତାଙ୍କୁ ନେଇ ଦେଶରେ ନାନା ପ୍ରଶ୍ନ ଉଠିବ। ଇବ୍ରାହିମୋଭିଚ୍ ହାମାର୍ବି କ୍ଲବରେ ଟ୍ରେନିଂ ସହ ତାଙ୍କ ଫିଟ୍ନେସ୍ ବଜାୟ ରଖିଛନ୍ତି। ଷ୍ଟକହୋମ୍ଭିତ୍ତିକ ଏହି କ୍ଲବର ୨୫ ପ୍ରତିଶତ ଅଂଶଧନ ସେ ଗତବର୍ଷ କ୍ରୟ କରିଛନ୍ତି। କରୋନା ମହାମାରୀ ସମୟରେ ସ୍ବିଡେନ୍ରେ ଲକ୍ଡାଉନ୍କୁ ସେତେଟା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ଏହି ଷ୍ଟାର୍ ଷ୍ଟ୍ରାଇକର ପ୍ରାକ୍ଟିସ ବେଳେ ଉଭୟ ପୁରୁଷ ଓ ମହିଳା ଟିମ୍ ସହିତ ଟ୍ରେନିଂ ମ୍ୟାଚ ଖେଳି ଅଭ୍ୟାସ କରିଛନ୍ତି। ୩୮ ବର୍ଷୀୟ ଇବ୍ରାହିମୋଭିଚ୍ଙ୍କ କ୍ଲବ କ୍ୟାରିୟରର ସମ୍ଭବତଃ ଏହା ଅନ୍ତିମ ବର୍ଷ। ମିଲାନ ସମେତ ଇଟାଲିଆନ ଲିଗ୍ର ଅଧିକାଂଶ କ୍ଲବ ଗତ ସପ୍ତାହରୁ ବ୍ୟକ୍ତିଗତ ଭିତ୍ତିରେ ଟ୍ରେନିଂ ଆରମ୍ଭ କରିଛନ୍ତି। ଆସନ୍ତା ସୋମବାରଠାରୁ ସମ୍ପୂର୍ଣ୍ଣ ଟିମ୍ର ଟ୍ରେନିଂ ଆରମ୍ଭ ହେବ।