Categories: ଫୁରସତ

ଇଟାଲୀ ବୁଲିବାକୁ ଯାଉଥିଲେ ଭୁଲରେ କରନ୍ତୁନି ଏହି କାମ, ନଚେତ୍‌ ହୋଇଯିବ ଜେଲ୍‌

ଏମିତି କିଛି ଦେଶ ଅଛି, ଯେଉଁଠି ଭିନ୍ନ ଭିନ୍ନ କଟକଣା ରହିଛି। ସେସବୁ ସ୍ଥାନ ବୁଲିବା ପାଇଁ ଯିବା ପୂର୍ବରୁ ସମସ୍ତ ବିଷୟରେ ଭଲଭାବେ ଅବଗତ ହୋଇ ଯିବା ଜରୁରୀ। ନଚେତ୍‌ ନିୟମ ଯୋଗୁ ଆପଣ ଫସିଯିବେ। ଏଇ ଯେମିତି ଇଟାଲୀ। ଏହାର ଏକ ଅଜବ ନିୟମ ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହେବେ। ସେଠାକାର ସମୁଦ୍ରରୁ ବାଲି ଚୋରି କଲେ ଆପଣଙ୍କୁ ଭାରି ପଡ଼ିବ। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ୨ ଜଣ ଫ୍ୟାନ୍ସ ପର୍ଯ୍ୟଟକ ସର୍ବିୟାର ଦକ୍ଷିଣ ତଟ ଚିୟା ସମୁଦ୍ର କୂଳକୁ ବୁଲିବା ପାଇଁ ଯାଇଥିଲେ। ଦୁଇ ପର୍ଯ୍ୟଟକ ୧୪ଟି ବୋତଲରେ ବାଲି ଭରି ନେଉଥିଲେ। କିନ୍ତୁ ଇଟାଲୀର ତଟରକ୍ଷୀ ଏହାକୁ ଧରିଦେଲେ। ଦୁହେଁ ପ୍ରାୟ ୯୦ ପାଉଣ୍ଡ୍‌ ବାଲି ଚୋରି କରିଥିବା ଅଭିଯୋଗ ହୋଇଥିଲା। ମିଡିଆ ରିପୋର୍ଟ ଅନୁସାରେ, ସେଠାରୁ ବାଲି ଏବଂ କଙ୍କଡ଼ା ନେବା ଅପରାଧ। ଏହି ଆଇନ ୨୦୧୭ରୁ ଲାଗୁ ହୋଇଛି। ବାଲି ଚୋରି ଅଭିଯୋଗରେ ଜରିମାନା ସହିତ ୧ରୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହେବାର ଆଇନ୍‌ ରହିଛି। କିନ୍ତୁ ଫ୍ରାନ୍ସର ପର୍ଯ୍ୟଟକ ଦ୍ୱୟ କହିଛନ୍ତ, ସେ ବୁଲିବାର ମଜା ଉଠାଇବା ସହ ସ୍ମୃତି ସାଇତି ରଖିବା ପାଇଁ ସାଥୀରେ ବାଲି ନେଇଯାଉଥିଲେ। ତାଙ୍କୁ ଏହା ଜଣା ନ ଥିଲା କି ଭୁମଧ୍ୟସାଗରୀୟ ଦ୍ୱୀପରେ ଥିବା ଆଇନ୍‌ ସେମାନେ ଭଙ୍ଗ କରୁଛନ୍ତି।

Share