ଇଟା ଭାଟିରୁ ନିଆଁ ଛିଟିକି ଅଗ୍ନିକାଣ୍ଡ: ଭାଇ-ଭଉଣୀ ଗୁରୁତର

ମାଲକାନଗିରି,୧୮।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଗୌଡ଼ଗୁଡ଼ା ଗାଁରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ୮ ବର୍ଷର ଭାଇ  ଓ ୨ ବର୍ଷର ଭଉଣୀ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପରିନାହିଁ।
ପ୍ରକାଶ ଯେ, ସକାଳେ ଭାଇ-ଭଉଣୀ ଘରେ ଶୋଇଥିବା ବେଳେ ବାପା, ମା’ ନିକଟରେ ଥିବା ଏକ ଇଟା ଭାଟିକୁ କାମ କରିବାକୁ ଯାଇଥିଲେ। ଇଟା ଭାଟିରେ କାମ କରୁଥିବା ବେଳେ ନିଆଁର କିଛି ଛିଟା ତାଙ୍କ ଘର ଉପରେ ପଡିଥିଲା। ଏଥିରୁ ଅଗ୍ନିକାଣ୍ଡ ଘଟି ଘରେ ଶୋଇଥିବା ଭାଇ-ଭଉଣୀ ପୋଡି ଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ଉଦ୍ଧାରକରି ପ୍ରଥମେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।