Categories: ଜାତୀୟ

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରାଜ ଠାକରେ

ମୁମ୍ବାଇ,୨୨।୮: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକେର ଗୁରୁବାର ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ମାମଲାରେ ପଚରା ଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଠାକରେ ସେଠାରେ ପହଞ୍ଚିବା ପୂର୍ବରୁ ମୁମ୍ବାଇ ପୋଲିସ ସବୁ ପ୍ରକାର ପ୍ରସ୍ତୁତି କରି ସାରିଥିଲା। ଇଡି କାର୍ଯ୍ୟାଳୟ ବାହାରେ ୧୪୪ ଧାରା ଜାରି କରାଯାଇଥିବା ସୂଚନା ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ପୋଲିସ କହିଛି।

Share