ଇଡି କାର୍ଯ୍ୟାଳୟରେ ରାଜ କୁନ୍ଦ୍ରା

ମୁମ୍ବାଇ,୩୦।୧୦: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରା ବୁଧବାର ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଇକ୍‌ବାଲ ମିର୍ଚ୍ଚି ଓ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା। ଅଣ୍ଡରଓ୍ବାଲ୍‌ଡ ଡନ୍‌ ଇକ୍‌ବାଲ ମିର୍ଚ୍ଚିଙ୍କ ନିକଟତର ବନ୍ଧୁ ହୁମାୟୁ ମଚେଣ୍ଟଙ୍କୁ ଅବୈଧ ସମ୍ପତ୍ତି ଓ ବ୍ୟବସାୟରେ ଲିପ୍ତ ଥିବା ଅଭିଯୋଗରେ ଅକ୍ଟୋବର ୨୨ରେ ଇଡି ଗିରଫ କରିଥିଲା। ତେବେ ହୁମାୟୁଙ୍କ ସହ କୁନ୍ଦ୍ରାଙ୍କ ବ୍ୟବସାୟିକ ସମ୍ପର୍କ ରହିଥିବା ସନ୍ଦେହରେ ଏହି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ଅନ୍ୟପଟେ ରଣଜୀତ୍‌ ବିନ୍ଦ୍ରାଙ୍କ ସହ ରାଜଙ୍କର ବ୍ୟବସାୟୀକ ସମ୍ପର୍କରେ ଅଧିକ ଖୋଳତାଡ କରୁଛି ଇଡି।

Share