Categories: ଜାତୀୟ

ଇଡି କାର୍ଯ୍ୟାଳୟରେ ୟେସ୍‌ ବ୍ୟାଙ୍କର ଫାଉଣ୍ଡର

ମୁମ୍ବାଇ,୭।୩: ୟସ୍‌ ବ୍ୟାଙ୍କ ଏବେ ସଙ୍କଟରେ। ୨୦୦୪ରେ ଆରମ୍ଭ କରାଯାଇଥିବା ଏହି ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ଏବେ ଏହାର ଗ୍ରାହକଙ୍କ ଚିନ୍ତା ବଢି ଯାଇଛି। ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବ୍ୟାଙ୍କର ସଂସ୍ଥାପକ ଓ ଏହାର ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ମନି ଲଣ୍ଡରିଂ ମାମାଲା କରିଛି। ଇଡି ଶୁକ୍ରବାର ରାଣାଙ୍କ ଘର ସହିତ ଅନ୍ୟ କିଛି ସ୍ଥାନରେ ଚଢଉ କରିଥିବା ସୂଚନା ରହିଛି। ଯାଞ୍ଚ ଏଜେନ୍ସି ରାଣାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ମଧ୍ୟ ଜାରି କରିଛି। ଏହାପରେ ରାଣା ଶନିବାର ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ୟସ୍‌ ବ୍ୟାଙ୍କ ୨୦୧୯ରେ ଶେୟାର ବଜାରକୁ କହିଥିଲା କି ରାଣା ବ୍ୟାଙ୍କର ବୋର୍ଡରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇ ସାରିଛନ୍ତି। ତେବେ ୟସ୍‌ ବ୍ୟାଙ୍କର ସଙ୍କଟ ଏବେକାର ନ ହୋଇଥିବା ବେଳେ ରାଣା ଏବିଷୟରେ କିଛି ଜାଣି ନ ଥିବା ଏବେ କହିଛନ୍ତି ସତ। ହେଲେ ତାଙ୍କ ଘରେ ଇଡି ଚଢାଉ କରିବା ପରେ ୟସ୍‌ ବ୍ୟାଙ୍କ ସଙ୍କଟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ଅନୁମାନ କରାଯାଉଛି।

Share