Categories: ଖେଳ

ଇଡେନ୍‌ ଘଣ୍ଟି ବଜାଇବେ ମମତା, ହସିନା

କୋଲକାତା,୯ା୧୧(ପି.ଟି.)-ସ୍ଥାନୀୟ ଇଡେନ ଗାର୍ଡେନଠାରେ ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଭାରତ ଏହାର ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବ। ଷ୍ଟାଡିୟମରେ ଇଡେନ୍‌ ଘଣ୍ଟି ବାଜିଲାପରେ ମ୍ୟାଚ ଆରମ୍ଭ ବ୍ୟବସ୍ଥା ରହିଛି। ଏଥର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଡେନ ବେଲ୍‌ ବଜାଇବେ। ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି) ସମ୍ପାଦକ ଅଭିଷେକ ଡାଲମିଆ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସିଏବି ବହୁ ଭାରତୀୟ କ୍ରୀଡ଼ା ତାରକାଙ୍କୁ ସମ୍ମାନିତ କରିବ। ସେମାନଙ୍କ ମଧ୍ୟରେ ରହିଛନ୍ତି କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର, ଅଲିମ୍ପିକ ଚାମ୍ପିୟନ ଅଭିନବ ବିନ୍ଦ୍ରା, ଟେନିସ ଷ୍ଟାର ସାନିଆ ମିର୍ଜା, ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ ପି.ଭି ସିନ୍ଧୁ ଏବଂ ୬ଥର ବିଶ୍ୱ ବକ୍ସିଂ ଚାମ୍ପିୟନ ଏମସି ମେରୀକମ୍‌ ଅନ୍ୟତମ।

Share