Categories: ଖେଳ

ଇଡେନ ଗାର୍ଡେନରେ ମ୍ୟାଚ୍‌ ଦେଖିବେ ଅମିତ ଶାହ

ନୂଆଦିଲ୍ଲୀ,୧୫।୧୧: କୋଲକାତାର ଐତିହାସିକ ଇଡେନ ଗାର୍ଡେନ କ୍ରିକେଟ ଷ୍ଟାଡିୟମରେ ନଭେମ୍ବର ୨୨ରୁ ୨୬ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଉପଭୋଗ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏହାଛଡା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଧ୍ୟ ମ୍ୟାଚ୍‌ ଦେଖିବାର କାର୍ଯ୍ୟକ୍ରମ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ପୂର୍ବତନ ଶୁଟର ଅଭିନବ ବିନ୍ଦ୍ରା ଏବଂ ବକ୍ସର ମେରି କମଙ୍କ ଭଳି ଅନେକ ବିଶ୍ୱସ୍ତରୀୟ ଖେଳାଳି ଯୋଗ ଦେବେ। ଏନେଇ କ୍ରିକେଟ ଆସେିଏଶନ ଅଫ୍‌ ବଙ୍ଗାଲ(ସିଏବି) ସଚିବ ଅଭିଷେକ ଡାଲମିୟା ଏହି ସୂଚନା ଦେଇଛନ୍ତି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ ପ୍ରଶ୍ନ ହେବାରୁ ଅଭିଷେକ କହିଛନ୍ତି, ଧୋନୀଙ୍କୁ ଆମନ୍ତ୍ରଣ କରାଯାଇଛି। ସେ ଆସିବେ କି ନାହିଁ ଜଣାପଡିନି।

Share