ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ଅନେକ ସେଲିବ୍ରିଟି ଉପସ୍ଥିତ ମଧ୍ୟ ଅଛନ୍ତି। ଅଭିନେତ୍ରୀ ରାଣୀ ମୁଖାର୍ଜୀ ନିଜ ଆଗାମୀ ଫିଲ୍ମ ‘ମର୍ଦ୍ଦାନି ୨’ର ପ୍ରମୋଶନ ପାଇଁ ଷ୍ଟାଡିୟମରେ ପହଞ୍ଚିଛନ୍ତି। ନିକଟରେ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା। ଟିଜରରେ ରାଣୀ ଜଣେ ପୋଲିସ ଅଧିକାରୀ ଭାବେ ନଜର ଆସୁଛନ୍ତି। ଫିଲ୍ମଟି ମହିଳା ଶୋଷଣ ଉପରେ ଆଧାରିତ ହୋଇଛନ୍ତି। ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନେକ ସାମାଜିକ ବାର୍ତ୍ତା ରହିଛି। ଏହି ଫିଲ୍ମଟି ଡିସେମ୍ବର ୧୩ ତାରିଖରେ ରିଲିଜ୍ ହେବ।