Categories: ଜାତୀୟ

ଇଣ୍ଟରନେଟରେ ସେନ୍‌ସେଶନ ପାଲଟିଛନ୍ତି ‘ଗୋଲଡେନ ମ୍ୟାନ’

ମୁମ୍ବାଇ,୧।୭: ସୁନାରେ ଛାଇଁ ହୋଇଥିବା ବ୍ୟକ୍ତିଙ୍କ କଥା ଯଦି ଭାବିବେ ତାହେଲେ ମନରେ ପପୁଲାର ସଙ୍ଗୀତଜ୍ଞ ବାପି ଲେହରିଙ୍କ ଛବି ଆସେ। ହେଲେ ଏହି ସମୟରେ ଇଣ୍ଟରନେଟ ଜଣେ ବ୍ୟକ୍ତି ପୁରା ଛାଇଯାଇଛନ୍ତି, ଯିଏ ନିଜ ଶରୀରରେ ବାପି ଲେହରୀଙ୍କଠାରୁ ମଧ୍ୟ ଅଧିକ ସୁନା ପିନ୍ଧିଛନ୍ତି। ମହାରାଷ୍ଟ୍ର ପୁନେରେ ରହୁଥିବା ପ୍ରଶାନ୍ତ ଲକ୍ଷ୍ମଣ ସପକାଲ ଏବେ ଗୋଲଡେନ ମ୍ୟାନ ଭାବେ ଇଣ୍ଟରନେଟରେ ସେନ୍‌ସେଶନ ପାଲଟିଛନ୍ତି। ସେ ଜଣେ ସାଧାରଣ ବ୍ୟକ୍ତି ହୋଇଥିବା ବେଳେ ନିଜ ଶରୀରରେ ୧ କି ୨ ନୁହେଁ ପୁରା ୫କିଲୋଗ୍ରାମର ସୁନା ଧାରଣ କରିଛନ୍ତି। ପ୍ରତିଦିନ ସେ ସୁନାରେ ତିଆରି ହୋଇଥିବା ଚେନ୍‌, ଚପଲ, ଲକେଟ, ବ୍ରେସଲେଟ୍‌ ପିନ୍ଧୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପୁନେରେ ଏକ ମଧ୍ୟବିତ୍ତ ପରିବାରରେ ପ୍ରଶାନ୍ତଙ୍କ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ହିଁ ତାଙ୍କର ସୁନା ପ୍ରତି ଦୁର୍ବଳତା ରହିଥିଲା। ଏହି ସ୍ବପ୍ନକୁ ପୁରା କରିବା ପାଇଁ ବହୁ କଠିନ ପରିଶ୍ରମ କରିଛନ୍ତି। ସ୍ନାତକ ପରେ ସେ ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରଶାନ୍ତ ସୋସିଆଲ ଓ୍ବେଲଫେୟାର ଏନ୍‌ଏସ୍‌ଏସ୍‌ ନାମକ ଏକ ଗ୍ରୁପ୍‌ ଗଠନ କରି ଗରିବଙ୍କୁ ସାହାର୍ଯ୍ୟ କରୁଥିବା ଜଣାପଡ଼ିଛି।

Share