Categories: ଫୁରସତ

ଇଣ୍ଟରନେଟ୍‌ରେ ଲୋକାଲ ଲାଙ୍ଗୁଏଜ୍‌

ଦିନ ଥିଲା ଇଣ୍ଟରନେଟ୍‌ରେ ଅନ୍ୟ ଦେଶଗୁଡିକ ଭଳି ଆମ ଦେଶରେ ମଧ୍ୟ କେବଳ ଇଣ୍ଟରନ୍ୟାଶନାଲ୍‌
ଲାଙ୍ଗୁଏଜ ଇଂଲିଶର ପ୍ରଚଳନ ଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ଲୋକାଲ୍‌ ଲାଙ୍ଗୁଏଜ୍‌ ବା ଦେଶୀ ଭାଷାର ବ୍ୟବହାର ବହୁମାତ୍ରାରେ ବଢୁଥିବାର
ଦେଖିବାକୁ ମିଳୁଛି…

ଗୁଗୁଲ୍‌ର ଇଣ୍ଡିଆ ଆଣ୍ଡ ସାଉଥ୍‌-ଇଷ୍ଟ ଏସିଆନ୍‌ ଅପରେଶନ୍‌ର ଭାଇସ୍‌ ପ୍ରେସିଡେଣ୍ଟ ରାଜନ୍‌ ଆନନ୍ଦନ୍‌ଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଭାରତର ସମୁଦାୟ ଇଣ୍ଟରନେଟ୍‌ ଉପଭୋକ୍ତାଙ୍କ ମଧ୍ୟରୁ ଅଧିକାଂଶଙ୍କର ଇଂଲିଶରେ ପାରଦର୍ଶିତା ନାହିଁ। ଏମିତିକି ବର୍ତ୍ତମାନ ନୂଆ ନୂଆ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କର ଇଂଲିଶ ଭାଷାରେ ଦକ୍ଷତା ନାହିଁ।
ଗୁଗୁଲ୍‌ ପକ୍ଷରୁ ସର୍ଭେ ରିପୋର୍ଟ ମୁତାବକ, ବର୍ତ୍ତମାନ ଭାରତରେ ୨୩୪ ମିଲିଅନ୍‌ ଇଣ୍ଟରନେଟ୍‌ ୟୁଜର ଦେଶୀ ଭାଷା ବ୍ୟବହାର କରୁଥିବାବେଳେ ୧୭୫ ମିଲିଅନ୍‌ ଇଂଲିଶ ଭାଷା ବ୍ୟବହାର କରୁଛନ୍ତି।
ଆଉ ବର୍ଷକୁ ପ୍ରାୟ ୧୮% ଦେଶୀ ଭାଷା ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି।
ଇଣ୍ଟରନେଟ୍‌ରେ ବିଭିନ୍ନ ଆଞ୍ଚଳିକ ଭାଷା ବିଭିନ୍ନ ସର୍ଭିସ ଲାଗି ଯଥା ମେସେଜ ବା ଚାଟ୍‌(୧୬୯ ମିଲିଅନ୍‌), ସୋସିଆଲ ମିଡିଆ(୧୧୫ମିଲିଅନ୍‌), ଡିଜିଟାଲ ଏଣ୍ଟରଟେନ୍‌ମେଣ୍ଟ(୧୬୭ ମିଲିଅନ୍‌), ଅନ୍‌ଲାଇନ୍‌ ନ୍ୟୁ୍‌(୧୦୬) ବ୍ୟବହାର କରାଯାଉଛି।
୨୦୨୧ ସୁଦ୍ଧା ଭାରତରେ ଇଣ୍ଟରନେଟ୍‌ରେ ହିନ୍ଦୀ ଭାଷା ଉପଭୋକ୍ତାଙ୍କ ସଂଖ୍ୟା ଇଂଲିଶ ଭାଷା ଉପଭୋକ୍ତାଙ୍କ ତୁଳନାରେ ଯଥେଷ୍ଟ ବଢିଯିବ ବୋଲି ସମ୍ଭାବନା ରହିଛ।
ଏହା ବ୍ୟତୀତ ତାମିଲ, କନ୍ନଡ, ବଙ୍ଗଳା, ମରାଠୀ, ତେଲଗୁ, ଗୁରାଟୀ, ମାଲାୟାଲମ୍‌ ଏବଂ ଓଡିଆ ଭାଷା ବ୍ୟବହାରୀଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି।

Share