Categories: ବାଣିଜ୍ୟ

ଇଣ୍ଟରନେଟ ବ୍ୟାନ;ଟେଲିକମ୍‌ କମ୍ପାନୀଙ୍କୁ ଘଣ୍ଟାପ୍ରତି କ୍ଷତି ୨.୫ କୋଟି

ନୂଆଦିଲ୍ଲୀ,୨୯-୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି)କୁ ବିରୋଧ କରି ସାରା ଦେଶରେ ହେଉଥିବା ଆନ୍ଦୋଳନ ଯୋଗୁ ସରକାରଙ୍କୁ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ ବନ୍ଦ କରିବାକୁ ପଡୁଛି। ଶୁକ୍ରବାର ଉତ୍ତର ପ୍ରଦେଶର ବିଭିନ୍ନ ଜିଲାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଇଣ୍ଟରନେଟ ବନ୍ଦ ହେବା ଦ୍ୱାରା କେବଳ ସାଧାରଣ ଲୋକ ହଇରାଣ ହେଉଛନ୍ତି ତାହା ନୁହେଁ ବର ଟେଲିକମ କମ୍ପାନୀଗୁଡିକ ମଧ୍ୟରେ କ୍ଷତି ସହୁଛନ୍ତି। ଇଣ୍ଟରନେଟ ବନ୍ଦ ହେବା ଯୋଗୁ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ଘଣ୍ଟାପ୍ରତି ୨.୫ କୋଟି ଟଙ୍କା କ୍ଷତି ସହୁଥିବା ଜଣାପଡିଛି।
ଏକ ଗଣମାଧ୍ୟମ ରିପୋର୍ଟ ମୁୁତାବକ ଭାରତୀୟମାନେ ସେମାନଙ୍କ ସ୍ମାର୍ଟଫୋନ ଦ୍ୱାରା ହାରାହାରି ୯.୮% ଗିଗାବାଇଟ ଡାଟା ବ୍ୟବହାର କରୁଛନ୍ତି। ଏହା ବିଶ୍ୱସ୍ତରର ହାରଠାରୁ ଅଧିକ। ଫେସ୍‌ବୁକ ଏବଂ ମେସେଞ୍ଜର ଲାଗି ଭାରତ ସବୁଠାରୁ ବଡ ବଜାର ଭାବେ ଉଭା ହୋଇଛି। ଇଣ୍ଟରନେଟ ଉପରେ ରୋକ ଲଗାଇବା ସରକାରଙ୍କ ପ୍ରଥମ ଉପାୟ ନ ହେବା ଆବଶ୍ୟକ ବୋଲି ଟେଲିକମ ସେବା ଯୋଗାଣକାରୀ ସଂଘ ସିଓଏଆଇ କହିଛି। ଦେଶର ଟେଲିକମ ସେକ୍ଟର ଏବେ ପ୍ରଭାବିତ ସ୍ଥିତିରେ ରହିଛି। ଏହା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ ବନ୍ଦ ହେବା ଯୋଗୁ କ୍ଷତି ଯୋଗୁ ଟେଲିକମ୍‌ କମ୍ପାନୀ ଚିନ୍ତାରେ ରହିଥିବା ସିଓଏଆଇ କହିଛି।

Share