Categories: ଜାତୀୟ

ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲର ଉଦ୍‌ଘାଟନ କଲେ ରୂପାନି

ଅହମ୍ମଦାବାଦ,୭।୧: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମଙ୍ଗଳବାର ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲ ୨୦୨୦ର ଉଦ୍‌ଘାଟନ କରିଛନ୍ତି। ‘ମକର ସଂକ୍ରାନ୍ତି’ ବା ‘ଉତ୍ତରାୟନ’ ଉତ୍ସବ ଅବସରରେ ୧୯୮୯ ମସିହାରୁ ଅହମ୍ମଦାବାଦରେ ଅନୁଷ୍ଠିତ ହେଉଛି ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲ। ପ୍ରତିବର୍ଷ ଏଠାରେ ଗୁଡି(କାଇଟ୍‌)ର ମୂଲ୍ୟ ବୃଦ୍ଧି ପାଉଥିଲେ ବି ଲୋକେ ଏଥିରେ ଭାଗ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସୁରଟର ଜଣେ ଗୁଡି ବିକାଳି କୁହନ୍ତି ପୂର୍ବାପେକ୍ଷା ବ୍ୟବସାୟରେ ପ୍ରାୟ ୭୦ ପ୍ରତିଶତ କମ୍‌ ହୋଇଛି।

Share