Categories: ଜାତୀୟ

ଇଣ୍ଟରନ୍ୟାଶନାଲ ନର୍ସେସ ଡେ’: ରକ୍ତ ଦାନ କଲେ ଏମ୍ସର କରୋନା ଯୋଦ୍ଧା

ନୂଆଦିଲ୍ଲୀ,୧୨।୫: ମେ’ ୧୨ ଇଣ୍ଟରନ୍ୟାଶନାଲ ନର୍ସେସ ଡେ’ ଅବସରରେ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ କାର୍ଯ୍ୟରତ ନର୍ସମାନେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ବର୍ତ୍ତମାନ କରୋନା ସଂକ୍ରମଣକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ମାନବଜାତି ପ୍ରତି ଥିବା ଏମାନଙ୍କର ସେବା ମନୋଭାବ ଦେଖିବାକୁ ମିଳିଛି। ଏବେ କରୋନା ସଂକ୍ରମଣ ସମୟରେ ଆଗଧାଡିର ଯୋଦ୍ଧା ସାଜିଥିବା ଏହି ନର୍ସମାନେ ଏମ୍ସର ସିଏନ୍‌ସି ବ୍ଲଡ ବ୍ୟାଙ୍କଠାରେ ଆୟୋଜିତ କ୍ୟାମ୍ପରେ ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ।

Share