Categories: ଖେଳ

ଇଣ୍ଟରନ୍ୟାଶନାଲ ରେଫରି ପରୀକ୍ଷାରେ ପ୍ରେମ ସିଂ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୯|୧୦ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ପେନଚାକ୍‌ ସିଲଟ୍‌ ଆସୋସିଏଶନର ସାଧାରଣ ସମ୍ପାଦକ ପ୍ରେମ ସିଂ ଥାପ୍ପା ଇଣ୍ଟରନ୍ୟାଶନାଲ ରେଫରି କ୍ଲାସ-୨ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ୨୪ରେ ସିଙ୍ଗାପୁରଠାରେ ଏହି ଇଣ୍ଟରନ୍ୟାଶନାଲ ରେଫରି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରେମ ସିଂ ଭାଗନେଇ ଉତ୍ତୀର୍ଣ୍ଣ ହେବା ସହ କ୍ଲାସ-୨ ରେଫରି ହୋଇଛନ୍ତି। ଏହି ସଫଳତା ଲାଗି ଭାରତ ପେନଚାକ୍‌ ସିଲଟ୍‌ ଆସୋସିଏଶନ ଓ ଓଡ଼ିଶା ପେନଚାକ୍‌ ସିଲଟ୍‌ ଆସୋସିଏଶନ ପ୍ରେମ ସିଂଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଦେଶ ଓ ରାଜ୍ୟକୁ ଗର୍ବିତ କରିଛନ୍ତି ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଳେଖଯୋଗ୍ୟ, ପେନଚାକ ସିଲଟ୍‌ ହେଉଛି ଏକ ଇଣ୍ଡୋନେସିଆ ମାର୍ସାଲ ଆର୍ଟ ପ୍ରତିଯୋଗିତା। ୨୦୧୮ ଏସିଆନ ଗେମ୍ସରେ ଏହି କ୍ରୀଡ଼ାକୁ ସାମିଲ କରାଯାଇଥିଲା।

Share