Categories: ବାଣିଜ୍ୟ

ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯।୧୨:ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର ନୂତନ ଉତ୍ପାଦ ‘ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଇ-ସ୍ବର୍ଣ୍ଣ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ରୂପେ ନେଟ୍‌ୱର୍କରେ ଭାରତର ପ୍ରଥମ କର୍ପୋରେଟ୍‌ କ୍ରେଡିଟ୍‌ କାର୍ଡ ‘ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଇ-ସ୍ବର୍ଣ୍ଣ’ ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏପରିକି କର୍ପୋରେଟ୍‌ କ୍ରେଡିଟ୍‌ କାର୍ଡ ସହ ୟୁପିଆଇ କାର୍ଯ୍ୟକାରିତାକୁ ସମନ୍ବିତ କରିବାରେ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଦେଶର ପ୍ରଥମ ବ୍ୟାଙ୍କ ବୋଲି ବ୍ୟାଙ୍କ ପକ୍ଷୁ କୁହାଯାଇଛି। ଉକ୍ତ କାର୍ଡ ବ୍ୟବସାୟୀ ଆଉଟ୍‌ଲେଟ୍‌ଗୁଡିକରେ ସୁରୁଖୁରୁରେ କାରବାର କରିବ ଏବଂ ଉପଭୋକ୍ତାଙ୍କୁ ୟୁପିଆଇ ଆପ୍ଲିକେଶନ ସହିତ କାର୍ଡ ଲିଙ୍କ୍‌ କରି ୟୁପିଆଇ ଦେୟ କରିବାର ସୁବିଧା ପ୍ରଦାନ କରୁଛି। ବିଶେଷକରି ରୂପେ ନେଟ୍‌ୱର୍କରେ ଥିବା ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଇ-ସ୍ବର୍ଣ୍ଣ କ୍ରେଡିଟ୍‌ କାର୍ଡରେ ଅନେକ ସ୍ବତନ୍ତ୍ର ସୁବିଧା ଏବଂ ପୁରସ୍କାର ରହିଛି। ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଇ-ସ୍ବର୍ଣ୍ଣ କ୍ରେଡିଟ୍‌ କାର୍ଡଧାରୀମାନେ ଏକ ବିଳାସପୂର୍ଣ୍ଣ ଭ୍ରମଣ ଅନୁଭୂତି ପାଇପାରିବେ। ଯେଉଁଥିରେ ଲାଉଞ୍ଜ ପ୍ରବେଶ ଏବଂ ଇନ୍ଧନ ସରଚାର୍ଜ ଛାଡ଼ ଭଳି ସୁବିଧା ଅନ୍ତର୍ଭୁକ୍ତ ରହିଛି।

Share