‘ଇଣ୍ଡିଆନ୍‌ ଆଇଡଲ’ରେ ଅନୁଙ୍କ ସ୍ଥାନ ନେଲେ ହିମେଶ

ବମ୍ବେ: ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ସ୍ଥାନ ନେଲେ ହିମେଶ ରେଶମିୟା। ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ ଜଜ୍‌(ବିଚାରପତି) ଆସନ ଅନୁ ଛାଡ଼ିବା ପରେ ଏବେ ହିମେଶ ତାଙ୍କ ସ୍ଥାନରେ ନଜର ଆସିବେ। ଗୋଟିଏ ପଟେ ହିମେଶ ଶୋ’ ଶେଷ ହେବା ପର୍ଯ୍ୟନ୍ତ ରହିବେ ବୋଲି ଶୁଣିବାକୁ ମିଳୁଥିବା ବେଳେ ଅପରପକ୍ଷେ ଅନୁ ଏହାକୁ ମିଥ୍ୟା କହିଛନ୍ତି। ସେ କିଛି ଦିନ ପାଇଁ ଛୁଟିରେ ଯାଉଛନ୍ତି। ଏଣୁ ହିମେଶଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି ବୋଲି ସେ କହିଛନ୍ତି।

ପୂର୍ବରୁ ‘ମି-୨’କୁ ନେଇ ବିବାଦ ଘେରକୁ ଆସିଥିଲେ ଅନୁ। ଏହାପରେ ତାଙ୍କୁ ଗତଥର ଜଜ୍‌ ଆସନରୁ ବିଦା ହେବାକୁ ପଡ଼ିଥିଲା। ହେଲେ ଚଳିତବର୍ଷ ପୁଣିଥରେ ତାଙ୍କୁ ଶୋ’ରେ ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିବାଦ ଉପୁଜିବା ପରେ ସେ ଶୋ’ ଛାଡ଼ିଥିବା କୁହାଯାଉଛି। ହିମେଶ ତାଙ୍କ ସ୍ଥାନ ନେଇଛନ୍ତି। ହୃଦୟରୁ ସେ ଶୋ’କୁ ଜଜ୍‌ କରିବେ। ପ୍ରତିଯୋଗୀଙ୍କୁ ସେ ଉଚିତ ଶିକ୍ଷା ଦେବେ ବୋଲି ସେ କହିଛନ୍ତି।

Share