Categories: ଖେଳ

ଇଣ୍ଡିଆନ ଓମେନ୍ସ ଲିଗ୍‌ ଫୁଟ୍‌ବଲ: ଗୋକୁଳମ କେରଳ ଚାମ୍ପିୟନ

ବେଙ୍ଗାଲୁରୁ, ୧୪ା୨ (ପି.ଟି.)- କାଙ୍ଗଚୁପ୍‌ ରୋଡ୍‌ ୟଙ୍ଗ ଫିଜିକାଲ ଆଣ୍ଡ୍‌ ସ୍ପୋଟର୍‌ସ ଆସୋସିଏଶନ (କ୍ରିଫ୍‌ସା) ଏଫ୍‌ସି କୁ ୩-୨ ଗୋଲରେ ପରାସ୍ତ କରି ଗୋକୁଳମ କେରଳ ହିରୋ ଇଣ୍ଡିଆନ ମହିଳା ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ମ୍ୟାଚ ପ୍ରାରମ୍ଭରେ ପ୍ରମେଶ୍ୱରୀ ଦେବୀ ଏବଂ କମଳା ଦେବୀ ଗୋଲ ସ୍କୋର କରି ଗୋକୁଳମ କେରଳ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ମାତ୍ର ପ୍ରଥମାର୍ଦ୍ଧ ଖେଳ ଶେଷ ପୂର୍ବରୁ କ୍ରିଫ୍‌ସା ଦଳର ଡାଙ୍ଗମେଇ ଗ୍ରେସ୍‌ ଗୋଟିଏ ଗୋଲ ପରିଶୋଧ କରିଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ରତ୍ନବାଳା ଦେବୀଙ୍କ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର ସ୍ଥିତିକୁ ନେଇ ଆସିଥିଲେ। ତେବେ ଶେଷ ମୁହୂର୍ତ୍ତରେ ସବିତ୍ରା ଭଣ୍ଡାରୀଙ୍କ ଗୋଲ ଯୋଗୁ ଗୋକୁଳମ ଦଳ ମ୍ୟାଚ ଜିତି ନେଇଥିଲା।

Share