Odisha FC players celebrate goal during match 36 of the Indian Super League ( ISL ) between Odisha FC and Hyderabad FC held at the Shree Shiv Chhatrapati Sports Complex Stadium, Pune, India on the 11th December 2019. Photo by: Arjun Singh / SPORTZPICS for ISL
ଭୁବନେଶ୍ୱର, ୧୨।୧୨(ସ୍ପୋଟର୍ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସି ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ବୁଧବାର ପୁଣେର ଶ୍ରୀ ଶିବ୍ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଓଡ଼ିଶା ୩-୨ ଗୋଲରେ ହାଇଦ୍ରାବାଦ ଏଫ୍ସିକୁ ପରାସ୍ତ କରିଛି। ସିଜନର ଦ୍ୱିତୀୟ ବିଜୟ ହାସଲ କରି ଓଡ଼ିଶା ୮ଟି ମ୍ୟାଚ୍ ଖେଳି ୨ଟି ବିଜୟ, ୩ ପରାଜୟ, ୩ ଡ୍ର ସହ ୯ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ହାଇଦ୍ରାବାଦ ୮ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ , ଗୋଟିଏ ଡ୍ର ଓ ୬ ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ସର୍ବନିମ୍ନ ଦଶମ ସ୍ଥାନରେ ରହିଛି।
ପ୍ରଥମାର୍ଦ୍ଧରେ କାର୍ଲୋସ ଡେଲଗାଡୋ ୨୭ ଓ ଜିସ୍କୋ ହେର୍ନଣ୍ଡେଜ୍ ୪୧ତମ ମିନିଟ୍ରେ ଗୋଲ ଦେଇ ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ୬୪ତମ ମିନିଟ୍ରେ ବିନିତ ରାୟଙ୍କୁ ଦ୍ୱିତୀୟ ଅଫେନ୍ସ ପାଇଁ ରେଡ କାର୍ଡ ଦେଖାଯାଇଥିଲା। ଫଳରେ ଓଡ଼ିଶା ୧୦ଜଣଙ୍କୁ ନେଇ ଖେଳିଥିଲା। ୭୧ତମ ମିନିଟ୍ରେ ମାର୍ଟିନ ପେରେଜ ଗୁଏଡେସ ପେନାଲ୍ଟି ଜରିଆରେ ଓଡ଼ିଶା ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ। ତେବେ ୬୫ତମ ମିନିଟ୍ରେ ବୋବୋ ହାଇଦ୍ରାବାଦ ତରଫରୁ ଗୋଲ ଦେଇ ମ୍ୟାଚ୍ରେ ଉତ୍କଣ୍ଠା ବଢାଇଥିଲେ। ୮୯ତମ ମିନିଟ୍ରେ ହାଇଦ୍ରାବାଦ ପାଇଁ ରୋହିତ କୁମାର ଗୁରତେଜ ସିଂଙ୍କ ପାସକୁ ହେଡ୍ ଜରିଆରେ ଗୋଲ ଦେଇ ପରାଜୟ ବ୍ୟବଧାନ କମାଇଥିଲେ।