Categories: ଜାତୀୟ

ଇଣ୍ଡିଆର ଏବେ ବ୍ରେନ ଡେଡ ହୋଇସାରିଛି: କେନ୍ଦ୍ର ମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୧ : ସଂସଦରେ ବଜେଟ ଅଧିବେଶନ ପୂର୍ବରୁ ସମସ୍ତ ଦଳର ନେତାଙ୍କ ସହ ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭାଜପା ବିରୋଧୀ ଇଣ୍ଡିଆ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ କହିଛନ୍ତି, ଇଣ୍ଡିଆର ଏବେ ବ୍ରେନ ଡେଡ ହୋଇସାରିଛି। ଦଳର ସହଯୋଗୀମାନେ ଧୀରେ ଧୀରେ ମେଣ୍ଟଠାରୁ ଦୂରେଇବାରେ ଲାଗିଛନ୍ତି।

ସେ କହିଛନ୍ତି ଆମେ ଏହା କହି ସାରିଛୁ ଏହା ଏକ ଅସ୍ବାଭାବିକ ମେଣ୍ଟ। ଯାହା ସ୍ବାଭାବିକ ନୁହେଁ ତାହାର ଶୀଘ୍ର ମୃତ୍ୟୁଘଟେ। ଏହା ଇଣ୍ଡିଆ କ୍ଷେତ୍ରରେ ଘଟିଛି। କଂଗ୍ରେସର ପ୍ରକୃତି ହେଉଛି ଝଗଡ଼ା କରିବା ଏବଂ ଭାଙ୍ଗିବା। ଏବେ ଇଣ୍ଡିଆ ଏହି ଝଗଡ଼ାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Share