ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ ଟାଇଟଲ ଜିତିଲେ ନିରଞ୍ଜନା

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ବିଶ୍ୱର ଜଣାଶୁଣା ବିଉଟି ପାଜେଣ୍ଟ୍‌ ‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଚାର୍ମିଂ ଫେସ୍‌’ର ଚଳିତ ବର୍ଷ ୩ୟ ସଂସ୍କରଣ ଅନୁଷ୍ଠିତ ହେଉଥିବାବେଳେ ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ ଚୟନ କରାଯାଇଛି। କଟକର ୨୧ବର୍ଷୀୟା ନାଗଜା ନିରଞ୍ଜନା ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ ଟାଇଟଲ ଜିତିଛନ୍ତି। ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ର ବ୍ରାଣ୍ଡ ଆମ୍ବାସାଡର ଲାବଣ୍ୟା ଦାସ ତାଙ୍କୁ କ୍ରାଉନ୍‌ ପିନ୍ଧାଇବା ସହ ମିସ୍‌ ଟ୍ୟାଲେଣ୍ଟେଡ୍‌ ସବ୍‌ଟାଇଟଲ ପ୍ରଦାନ କରିଥିଲେ। ସେହିଭଳି ଭୁବନେଶ୍ୱରର ଜାହ୍ନବୀ ପଟ୍ଟନାୟକ ପ୍ରଥମ ରନର୍ସଅପ୍‌ ହୋଇଥିବାବେଳେ ରାଉରକେଲାର ଈପ୍ସିତା ଦାସ ଦ୍ୱିତୀୟ ରନର୍ସଅପ୍‌ ଏବଂ ମିସ୍‌ ବିଉଟିଫୁଲ୍‌ ବଡି ଟାଇଟଲ ଜିତିଥିଲେ। କଟକର ପ୍ରିୟା ରାୟ ମିସ୍‌ ଡିଭା ଓଡ଼ିଶା ୨୦୧୯ ଏବଂ ମିସ୍‌ ଫୋଟୋଜେନିକ୍‌ ଟାଇଟଲ ଜିତିଥିବାବେଳେ ପୁରୀର ଲିପ୍ସା ମହାପାତ୍ର ଟୁରିଜମ୍‌ ଆମ୍ବାସାଡର ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ ଟାଇଟଲ୍‌ ଏବଂ ମିସ୍‌ କନ୍‌ଫିଡେନ୍ସ ସବ୍‌ଟାଇଟଲ୍‌ ଜିତିଛନ୍ତି। ରାୟଗଡ଼ାର ବବିତା ଶବର ମିସ୍‌ ଷ୍ଟାଇଲ୍‌ ଆଇକନ୍‌, ପୁରୀର ସ୍ମୃତିରେଖା ଖୁଣ୍ଟିଆ ମିସ୍‌ ପିସ୍‌ ଆଣ୍ଡ୍‌ ହ୍ୟୁମାନିଟି ଏବଂ ମିସ୍‌ ପିପୁଲ୍‌ସ ଚଏସ୍‌, ଯାଜପୁରର ବିସ୍ମିତା ଚାନ୍ଦ ମିସ୍‌ ପପୁଲାର, ଖୋର୍ଦ୍ଧାର ଅନ୍ବେଷା ଭଞ୍ଜଦେଓ ମିସ୍‌ ଆଇକନିକ୍‌ ଆଇଜ୍‌ ସବ୍‌ଟାଇଟଲ୍‌ ଜିତିଛନ୍ତି। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଚାରକ ଥିଲେ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ପୁପୁଲ୍‌ ଭୂୟାଁ, ଦିବ୍ୟାଦିଶା ମହାନ୍ତି, ମିସେସ୍‌ ଇଣ୍ଡିଆ ୨୦୧୯ ବିଜେତା ଶତରୂପା ଦାସ, ଅଭିନେତା ଅଭିଷେକ ଗିରି ଏବଂ ଡ୍ୟାନ୍ସ କୋରିଓଗ୍ରାଫର ଶାଶ୍ୱତ ଯୋଶୀ। ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ରାଜେଶ ରଞ୍ଜନ ମହାନ୍ତି, ବ୍ରାଣ୍ଡ ଆମ୍ବାସାଡର ଲାବଣ୍ୟା ଦାସ, ମେଣ୍ଟର ମୈତ୍ରୀ ମୋନାଲୀ, ଅଙ୍କିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୧୩ ଓ ୧୪ ତାରିଖରେ ରାଜସ୍ଥାନ ଜୟପୁରରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ୩ ପ୍ରତିଯୋଗୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ।

Share