Categories: ବାଣିଜ୍ୟ

ଇଣ୍ଡିଆସ୍‌ ବିଗେଷ୍ଟ ଇଲେକ୍ଟ୍ରୋନିକ୍ସ ସେଲ୍‌

ଭୁବନେଶ୍ୱର,୧୨।୮ : ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ଡିଜିଟାଲ ଇଣ୍ଡିଆ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ଲୋକପ୍ରିୟ ଅଭିଯାନ ‘ଇଣ୍ଡିଆସ ବିଗେଷ୍ଟ ଇଲେକ୍ଟ୍ରୋନିକ୍ସ ସେଲ୍‌’ ଜରିଆରେ ଉପଭୋକ୍ତମାନଙ୍କୁ ଟେକ୍ନୋଲୋଜି ସହ ସଶକ୍ତ କରିବା ପାଇଁ ରିଲାଏନ୍ସ ଡିଜିଟାଲ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛି। ଏହି ସୁବିଧା ଓ ସେଲ୍‌ ୨୦୨୩ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମସ୍ତ ଡିଜିଟାଲ ଷ୍ଟୋରରେ ଉପଲବ୍ଧ। ଏପରିକି ଏହି ଅଭିଯାନରେ ଉପଭୋକ୍ତା ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକ ଉପରେ ଆକର୍ଷଣୀୟ ସୁବିଧା ଓ ସୁନିଶ୍ଚିତ ରିହାତି ପାଇପାରିବେ। ସେହିଭଳି ଡିଜିଟାଲ ଇଣ୍ଡିଆ ସେଲ୍‌ ଜରିଆରେ ଗ୍ରାହକମାନଙ୍କୁ ଆକର୍ଷଣୀୟ ଅଫର ସହ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡର କାରବାର ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ତତକ୍ଷଣାତ୍‌ ୧୦%ର ଏକ ରିହାତି ପ୍ରଦାନ କରାଯାଉଛି। କେବଳ ସେତିକି ନୁହେଁ, ଗ୍ରାହକମାନେ ସମସ୍ତ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର କ୍ରୟ ଉପରେ ୩୦୦୦ ଟଙ୍କାର ଅତିରିକ୍ତ ୫% ତତ୍କାଳ ରିହାତିର ଲାଭ ମଧ୍ୟ ଉଠାଇପାରିବେ ଏବଂ ପରବର୍ତ୍ତୀ କ୍ରୟରେ ୧୦%ର ସୁନିଶ୍ଚିତ ରିହାତି ମଧ୍ୟ ପାଇବା ପାଇଁ ରିଡିମ୍‌ ହୋଇପାରୁଥିବା ଏକ ଭାଉଚର୍‌ ପାଇବେ, ଯାହା ସଞ୍ଚୟର ଏକ ଡବଲ ବୋନାଞ୍ଜା ହେବ ଏବଂ ଯେଉଁମାନେ ୟୁପିଆଇ ଟ୍ରାଞ୍ଜାକ୍ସନ୍‌ କରିବାକୁ ଚାହିଁବେ, ସେମାନେ ୧୦%ର ଏକ ତୁରନ୍ତ ରିହାତି ପାଇପାରିବେ। ଏହିସବୁ ନଗଦ ରିହାତି ବ୍ୟତୀତ ରିଲାଏନ୍ସ ଡିଜିଟାଲରେ ସମସ୍ତ ବର୍ଗ ଉପରେ ନିଶ୍ଚିତ ରୂପେ କିଛି ନା କିଛି ଚମତ୍କାର ଅଫର ମଧ୍ୟ ରହିଛି।

Share