Categories: ଜାତୀୟ

ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ,୨୧।୧: ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଗ୍ରାନାଇଟ୍‌ରେ ତିଆରି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗ୍ରାନାଇଟ୍‌ ମୂର୍ତ୍ତି ତିଆରି ହେବା ପର୍ଯ୍ୟନ୍ତ ହେଲୋଗ୍ରାମ୍‌ ଷ୍ଟାଚ୍ୟୁ ଲାଗିବ। ହେଲୋଗ୍ରାମ୍‌ ଷ୍ଟାଚ୍ୟୁ ଆସନ୍ତା ୨୩ରେ ନେତାଜୀ ଜୟନ୍ତୀରେ ଅନାବରଣ ହେବ।

Share