ଇଣ୍ଡିଆ ବୁକ୍‌ ଅଫ ରେକଡର୍‌ସରେ ଆଇଟିଆଇ

ବ୍ରହ୍ମପୁର ଅଫିସ,୧୯ା୩: ଦକ୍ଷତା ବିକାଶ ଓ ସ୍କ୍ରାପ୍‌ର ପୁନଃ ବିନିଯୋଗର ପ୍ରତିଫଳନ ଭାବେ ବ୍ରହ୍ମପୁର ଆଇଟିଆଇରେ ନିର୍ମିତ ‘ମାଇଣ୍ଡ, ହାର୍ଟ ଆଣ୍ଡ୍‌ ହ୍ୟାଣ୍ଡସ୍‌ ଶୋ’ ଓପନ୍‌ ସ୍କ୍ରାପ୍‌ ବଗିଚା ଏବେ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସରେ ସ୍ଥାନୀତ ହୋଇଛି ା ଏଥିସହ ଏହା ଭାରତର ସର୍ବବୃହତ ସ୍କ୍ରାପ୍‌ ବଗିଚା ବୋଲି ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଘୋଷଣା କରାଯାଇଥିବା ବୁଧବାର ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି ା ଆବର୍ଜନା ତଥା ସ୍କ୍ରାପ୍‌ ସାମଗ୍ରୀର ପୁନଃ ବିନିଯୋଗକୁ ନେଇ ଏକ ବର୍ଷ ପୂର୍ବେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଏହି ବଗିଚା ପ୍ରସ୍ତୁତି ହୋଇଥିଲା ା ଫେବୃୟାରୀ ୭ରେ ଏହି ମ୍ୟୁଜିୟମ୍‌ ଲୋକାର୍ପିତ ହୋଇଥିଲା ା ଏକ ବର୍ଷ ମଧ୍ୟରେ ବିଭିନ୍ନ ଟ୍ରେଡର ଛାତ୍ରୀଛାତ୍ରଙ୍କ ଦ୍ୱାରା ୨୦ ଟି ବୃହତ୍‌କାୟ ମଡେଲକୁ ନେଇ ଏହା ନିମର୍ର୍ାଣ କରାଯାଇଛି ା ପ୍ରାୟ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ବଗିଚା ତଥା ଅପନ୍‌ ମ୍ୟୁଜିୟମ୍‌ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍କ୍ରାପ୍‌ ସାମଗ୍ରୀରେ ପ୍ରସ୍ତୁତ ୨୦ ଟି ୭ ଫୁଟରୁ ୭୦ ଫୁଟ ପର୍ଯ୍ୟନ୍ତ ଉଚ୍ଚର ମଡେଲ ସ୍ଥାନୀତ ହୋଇଛି ା ସେଥିରୁ ୭୩ ଫୁଟ ଉଚ୍ଚର ଗୀଟାର, ୨୨ ଫୁଟ ୮ ଇଞ୍ଚ ଉଚ୍ଚର ବନିଶି କଣ୍ଟା ମାଛ, ୩୨ ଫୁଟ ଉଚ୍ଚର ଜିରାଫ କଳାକୃତି ଉଭୟ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକଡର୍‌ସରେ ସ୍ଥାନୀତ ହୋଇଛି। ଏତଦ୍‌ବ୍ୟତୀତ ୨୮ ଫୁଟ ଉଚ୍ଚର ପେଡିଏଟର, ୨୨ ଫୁଟ ୩ ଇଞ୍ଚର ଆଇରନ ମ୍ୟାନ, ୬ ଫୁଟ ଉଚ୍ଚର ଟର୍ମିନେଟର, ୧୮ ଫୁଟ ଉଚ୍ଚର ଡଲଫିନ୍‌, ଅଲିଭରିଡ୍‌ଲେ କଇଁଛ, ୮ ଫୁଟ ଉଚ୍ଚ ଓ ୧୭ ଫୁଟ ଲମ୍ବର ହେଲିକପ୍ଟର, ୯ ଫୁଟର ଚେତକ, ୧୩ ଫୁଟ ଉଚ୍ଚର ପେଡିଏଟର, ୧୬ ଫୁଟ ଉଚ୍ଚର ହରିଣ ସହ ୬ ଫୁଟର ରୋବଟ୍‌, ୧୭ ଫୁଟର ରେନଡିୟର, ୨୨ ଫୁଟ ଲମ୍ବର ଝିଟିପିଟି, ୧୩ ଫୁଟ ଉଚ୍ଚତାର ମୟୁର, ୩ ଡି ଆର୍ଟର ଗାଈ, ୧୫ ଫୁଟ ଉଚ୍ଚର କିଙ୍ଗକଙ୍ଗ୍‌, ଯୁଦ୍ଧ ଟ୍ୟାଙ୍କ୍‌ ପ୍ରମୁଖ କଳାକୃତି ପ୍ରଦର୍ଶିତ ହୋଇଛି ା