Categories: ବାଣିଜ୍ୟ

ଇଣ୍ଡିଗୋ କର୍ମଚାରୀଙ୍କ ବେତନ ୨୫% ହ୍ରାସ

ନୂଆଦିଲ୍ଲୀ,୨୦-୩: ଦେଶର ସବୁଠାରୁ ବଡ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏହାର କର୍ମଚାରୀଙ୍କ ବେତନରେ ୨୫% ହ୍ରାସ କରିବା ପାଇଁ ଘୋଷଣା କରିଛି। କର୍ମଚାରୀମାନେ ୨୫% କମ୍‌ ବେତନ ନେବେ ବୋଲି ଏହାର ସିଇଓ ରାଣାଜୟ ଦତ୍ତ ସୂଚନା ଦେଇଛନ୍ତି। କରୋନା ପ୍ରଭାବରୁ କମ୍ପାନୀର ଆୟ ଉପରେ ଗଭୀର ପ୍ରଭାବ ପଡିଛି। ଏଥିଯୋଗୁ କମ୍ପାନୀ ଏବେ ସଙ୍କଟରେ ରହିଛି। ଏହାବାଦ ଏୟାର ଲାଇନ ଶିଳ୍ପରେ କାରବାର ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରଭାବିତ ରହିଛି। ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କ ବେତନରେ ୫% ହ୍ରାସ କରିପାରେ। ଏ ନେଇ କମ୍ପାନୀ ବର୍ତ୍ତମାନ ଚୂଡାନ୍ତ ଘୋଷଣା କରିବାକୁ ବାକି ରହିଛି। ଗୋଏୟାର, ଭିସ୍ତାରା ଏବଂ ସ୍ପାଇସ ଜେଟ ଭଳି କମ୍ପାନୀ ଅନ୍ତର୍ଜାତୀୟ ଉଠାଣକୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ବନ୍ଦ ରଖିଛନ୍ତି। ଆଗାମୀ ଏପ୍ରିଲ ଯାଏ ଏୟାର ଇଣ୍ଡିଆ ୭ ଦେଶକୁ ବିମାନ ସେବା ବନ୍ଦ କରିଛି। କରୋନା ଲାଗି ଏୟାର ଟ୍ରାନ୍ସଫୋର୍ଟ କ୍ଷେତ୍ରକୁ ୧୧୩ ବିଲିୟନ ଡଲାର କ୍ଷତି ସହିବାକୁ ପଡିଛି। ଏହାବାଦ ଗତ ଗୋଟିଏ ମାସ ମଧ୍ୟରେ ଇଣ୍ଡିଗୋ ଶେୟାରରେ ୩୭% ହ୍ରାସ ଘଟିଥିବା ଜଣାପଡିଛି।

Share