ଇଣ୍ଡୋନେସିଆରେ ପୁଣି ଭୂକମ୍ପ

ନୂଆଦିଲ୍ଲୀ,୧୫।୧୧: ଇଣ୍ଡୋନେସିଆରେ ପୁଣି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ନର୍ଥ ମାଲୁକ ତଟ ପାଖରେ ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିଲା। ହେଲେ ଏହି ଭୂକମ୍ପ ଦ୍ବାରା ସୁନାମୀ ସୃଷ୍ଟି ହେବାର କୌଣସି ସମ୍ଭାବନା ନାହିଁ ସୂଚନା ଦିଆଯାଇଛି। ଭାରତୀୟ ସମୟ ରାତି ୧୧.୩୦ରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଲାଗିବା ପରେ ଲୋକେ ଭୟରେ ଘର ବାହାରକୁ ପଳାଇ ଆସିଥିଲେ। ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇନାହିଁ।

Share