ଇଣ୍ଡୋନେସିଆରେ ଶକ୍ତିଶାଳୀ ବିସ୍ଫୋରଣ

ଜାକର୍ତ୍ତା,୩।୧୨: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ମଙ୍ଗଳବାର ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଏଥିରେ କେତେଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରି ନ ଥିବା ବେଳେ ଏହା ପଛରେ କ’ଣ କାରଣ ରହିଛି ସେ ନେଇ ପୋଲିସ ତନାଘନା ଆରମ୍ଭ କରିଛି।

Share