ଇଣ୍ଡୋନେସିଆରେ ସୁଗ୍ରୀବଙ୍କ ନାମରେ ସ୍ଥାପିତ ହେବ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ: ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ଜାକର୍ତ୍ତା, ୪।୨: ଇଣ୍ଡୋନେସିଆରେ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଏନେଇ ରାଷ୍ଟ୍ରପତି ଜୋକେ ଓ୍ବିଡୋଡୋ ମଞ୍ଜୁରୀ ଦେଇଛନ୍ତି। ଏହାକୁ ବାଲିର ଦେନପାସାରଠାରେ କାର୍ଯ୍ୟ କରିବ। ଏହାକୁ ଆଇ ଗୁଷ୍ଟି ବାଗୁସ୍‌ ସୁଗ୍ରୀବ ଷ୍ଟେଟ୍‌ ହିନ୍ଦୁ ୟୁନିଭରସିଟି ଭାବେ ନାମିତ କରାଯାଇଛି। ହିନ୍ଦୁ ଧର୍ମ ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ୍‌କୁ ବିଶ୍ୱ ବିଦ୍ୟାଳୟର ମଞ୍ଜୁରୀ ପାଇଁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଶେଷରେ ରାଷ୍ଟ୍ରପ୍ରତି ଜୋକେ ଏଥିରେ ସହମତି ପ୍ରକାଶ କରିଛନ୍ତି। ୧୯୯୩ରେ ହିନ୍ଦୁ ଧର୍ମ ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ୍‌ ହିନ୍ଦୁ ଶିକ୍ଷକଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିଲା। ପରେ ୧୯୯୯ରେ ଏହା ହିନ୍ଦୁ ରିଲିଜିଅନ୍‌ କଲେଜରେ ପରିଣତ ହୋଇଥିଲା। ଏହାପରେ ହିନ୍ଦୁ ଧର୍ମ ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ୍‌ ଭାବେ ୨୦୦୪ଠାରୁ କାର୍ଯ୍ୟ ଆରମ୍ଭ କରିଥିଲା।

Share