Categories: ଜାତୀୟ

ଇତିହାସ ପାଲଟିବ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି

ମୁମ୍ବାଇ,୧୩।୧୦: ଦିନେ ଲୋକପ୍ରିୟ ଥିବା ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଆଉ ଗୋଟିଏ ବର୍ଷ ପରେ ଇତିହାସ ପାଲଟିବ। ଆସନ୍ତା ୨୦୨୦ ଜୁନ୍‌ଠାରୁ ମାୟାନଗରୀ ମୁମ୍ବାଇରେ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ସେବା ବନ୍ଦ କରିଦିଆଯିବ। ଇଣ୍ଡୋ-ଇଟାଲିଆନ୍‌ ମଡେଲର ଏହି କାର ଉତ୍ପାଦନ ୨୦୦୦ରୁ ବନ୍ଦ କରାଯାଇଛି। ୧୯୬୪ରେ ଏହି କାରର ବଜାର ପ୍ରବେଶ ହୋଇଥିଲା। ଫିଏଟ୍‌ ୧୧୦୦ ଡିଲାଇଟ୍‌ ନାମରେ ଏହା ବଜାରକୁ ଆସିଥିଲା। ଏକ ବର୍ଷ ପରେ ଏହାର ନାମ ପ୍ରିମିୟର ପ୍ରେସିଡେଣ୍ଟ୍‌ ରଖାଯାଇଥିଲା। ୧୯୭୪ରେ ଏହାର ନାମ ପ୍ରିମିୟର ପଦ୍ମିନୀ ରଖାଯାଇଥିଲା। ପରିବହନ ବିଭାଗ ଅନୁସାରେ ୯୦ ଦଶକରେ ୬୩ ହଜାର ୨ଶହ ପଦ୍ମିନୀ ଟ୍ୟାକ୍ସି ପଞ୍ଜିକୃତ ହୋଇଥିଲା। ତେବେ ବିଭିନ୍ନ କାରଣରୁ ଏବେ ମୁମ୍ବାଇରେ ୫୦ରୁ କମ୍‌ ସଂଖ୍ୟକ ପଦ୍ମିନୀ କାର ରହିଛି।

Share