Categories: ଜାତୀୟ

ଇତିହାସ ପାଲଟିବ ମିଗ୍‌-୨୭: ବାୟୁସେନାରୁ ନେବ ବିଦାୟ

ଯୋଧପୁର,୨୬।୧୨: ଡିସେମ୍ବର ୨୭ ପରେ ଯୁଦ୍ଧ ବିମାନ ମିଗ୍‌-୨୭ ଇତିହାସ ପାଲଟିବ। ଭାରତୀୟ ବାୟୁସେନାରୁ ମିଗ୍‌-୨୭ ଯୁଦ୍ଧ ବିମାନକୁ ବିଦାୟ ଦିଆଯିବ। ଶେଷଥର ପାଇଁ ଏହା ଯୋଧବୁର ଏୟାର ବେସ୍‌ରୁ ଉଡ଼ାଣ କରିବା ପରେ ଏହାକୁ ଭାରତୀୟ ବାୟୁସେନା ସେବାରୁ ହଟାଇ ଦିଆଯିବ। ଲଗାତାର ମିଗ୍‌-୨୭ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ବାୟୁସେନା ପକ୍ଷରୁ ଏହାକୁ ସେବାରୁ ହଟାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ୧୯୮୦ରେ ତତ୍‌କାଳୀନ ସୋଭିଏତ୍‌ ସଂଘ ପକ୍ଷରୁ କିଣା ଯାଇଥିଲା। ଗତ ୩୦ ବର୍ଷ ଧରି ଏହା ବାୟୁସେନା ସେବାରେ ରହିଥିଲା। କାରଗୀଲ୍‌ ଯୁଦ୍ଧରେ ଏହା ବେଶ୍‌ ସଫଳ ରହିଥିଲା। ସୂଚନାଯୋଗ୍ୟ, ସମ୍ପ୍ରତି ପୃଥିବୀର ଅନ୍ୟ କୌଣସି ଦେଶରେ ମିଗ୍‌-୨୭ ବିମାନକୁ ବ୍ୟବହାର କରାଯାଉ ନାହିଁ।

Share