Categories: ଖେଳ

ଇଦୁଲ୍‌ଜୀ, ରୟ ୩.୫ କୋଟି ଲେଖାଏଁ ପାଇବେ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.)- ପ୍ରଶାସକ କମିଟି (ସିଇଓ) ମୁଖ୍ୟ ବିନୋଦ ରୟ ଏବଂ ପ୍ୟାନେଲର ସଦସ୍ୟା ଡାଏନା ଇଦୁଲ୍‌ଜୀ ସେମାନଙ୍କ ୩୩ ବର୍ଷର କାର୍ଯ୍ୟକାଳ ପାଇଁ ୩.୫ କୋଟି ଲେଖାଁଏ ପାଇବେ। ବୁଧବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟିର କାର୍ଯ୍ୟକାଳ ଶେଷ ହେବ। ୨୦୧୭ ଜାନୁୟାରୀରେ ନିଯୁକ୍ତି ପାଇବା ପରଠାରୁ ପୂର୍ବତନ ସିଏଜି ରୟ ଏବଂ ପୂର୍ବତନ ଭାରତୀୟ ଅଧିନାୟିକା ଇଦୁଲ୍‌ଜୀ ସବୁବେଳେ ସିଓଏର ଅଂଶବିଶେଷ ରହିଆସିଛନ୍ତି। ପରବର୍ତ୍ତୀକାଳରେ ବିଭିନ୍ନ କାରଣରୁ ରାମଚନ୍ଦ୍ର ଗୁହା ଏବଂ ବିକ୍ରମ ଲିମାୟେ ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ସିଇଓର ସମସ୍ତ ସଦସ୍ୟଙ୍କ ଲାଗି ୨୦୧୭ ବର୍ଷ ପାଇଁ ଜଣକ ପିଛା ମାସିକ ପାଉଣା ୧୦ ଲକ୍ଷ ଟଙ୍କା ରହିଥିଲା। ୨୦୧୮ ଏବଂ ୨୦୧୯ ପାଇଁ ସେମାନଙ୍କ ପ୍ରାପ୍ୟ ଯଥାକ୍ରମେ ୧୧ଲକ୍ଷ ଓ ୧୨ଲକ୍ଷ ରଖାଯାଇଥିଲା। ଆମିକସ କ୍ୟୁରି ପିଏସ୍‌ ନରସିଂମାଙ୍କ ସହିତ ଆଲୋଚନା ପରେ ପାରିଶ୍ରମିକ ଧାର୍ଯ୍ୟ ହୋଇଥିବା ବିସିସିଆଇର ଜଣେ ବରିଷ୍ଠ ଅଫିସିଆଲ ପ୍ରକାଶ କରିଛନ୍ତି। ଏହି ଭିତ୍ତିରେ ଇଦୁଲ୍‌ଜୀ ଏବଂ ରୟ ପ୍ରତ୍ୟେକ ୩.୫ କୋଟି ଲେଖାଏଁ ପାଇବେ ବୋଲି ଆଶା କରାଯାଉଛି। ରାମଚନ୍ଦ୍ର ଗୁହା ଏବଂ ରବି ଥୋଡ୍‌ଗେ କମିଟିରେ ଯେତେଦିନ ଧରି କାର୍ଯ୍ୟ କରିଥିଲେ ସେହି ଅନୁସାରେ ସେମାନଙ୍କ ପ୍ରାପ୍ୟ ପାଇବେ।

Share