ଇଦ୍‌କୁ ଟାର୍ଗେଟ କଲେ ସଲମାନ-ଅକ୍ଷୟ

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଇଦ୍‌ ପାଇଁ ଏବେଠାରୁ ସଜବାଜ ହେଲାଣି ବଲିଉଡ୍‌। ସବୁବର୍ଷ ଇଦ୍‌ ପରି ଏବର୍ଷ ବି ଇଦ୍‌ରେ ଦେଖିବାକୁ ମିଳିବ ଭାଇଜାନଙ୍କ ଅଭିନୀତ ଫିଲ୍ମ। ଇଦ୍‌ରେ ଏକାସହ ରିଲିଜ୍‌ ହେବ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ ଓ ସଲମାନଙ୍କ ଫିଲ୍ମ ‘ରାଧେ’। ନିକଟରେ ‘ରାଧେ’ର ଟିଜର୍‌ ରିଲିଜ୍‌ ହେବାକୁ ଥିବା ବେଳେ ଏହାକୁ ଦେଖିବାକୁ ଦର୍ଶକେ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି। ଶୁଣାଯାଉଛି ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ ଆସନ୍ତା ବର୍ଷ ମେ’ରେ ରିଲିଜ୍‌ ହେବାର ଯୋଜନା ଥିଲା। ହେଲେ ପରେ ଏହାର ସମୟରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ତେବେ ଏଥର ଇଦ୍‌ରେ ବଲିଉଡ୍‌ର ଏହି ୨ ବଡ କଳାକାର ଟକ୍କର ଦେବେ ବୋଲି କୁହାଯାଉଛି।

Share