ଇଦ୍‌ରେ ରିଲିଜ୍‌ ହୋଇଥିବା ସଲମାନଙ୍କ ଫିଲ୍ମ କରେ ଭଲ ବ୍ୟବସାୟ

ମୁମ୍ବାଇ: ପ୍ରାୟ ପ୍ରତିବର୍ଷ ବଲିଉଡରେ ଇଦ୍‌ ଖାଲିଥାଏ ସଲମାନଙ୍କ ପାଇଁ। କାରଣ ସେ ଇଦ୍‌ରେ ଭେଟି ଦିଅନ୍ତି ଜବରଦସ୍ତ ଏଣ୍ଟଟେନମେଣ୍ଟ। ଏଥର ମଧ୍ୟ ସଲମାନଙ୍କ ଅଭିନୀତ ଫିଲ୍ମ ‘ଭାରତ’ ଇଦ୍‌ରେ ରିଲିଜ୍‌ ହେବ। ୨୦୦୯ରେ ସଲମାନଙ୍କ ଅଭିନୀତ ଫିଲ୍ମ ‘ଓ୍ବାଣ୍ଟେଡ୍‌’ ଇଦ୍‌ରେ ରିଲିଜ୍‌ ହେବା ସହ ଭଲ ବ୍ୟବସାୟ କରିଥିଲା। ୩୬ କୋଟିର ଏହି ଫିଲ୍ମ ବକ୍ସ ଅଫିସରେ ଆୟ କରିଥିଲା ୧୩୬ କୋଟି ଟଙ୍କା। ୨୦୧୦ ଇଦ୍‌ରେ ଆସିଲା ‘ଦବଙ୍ଗ’। ୪୨ କୋଟି ବଜେଟର ଏହି ଫିଲ୍‌ କଲେକ୍ସନ କଲା ୧୪୫ କୋଟି। ୨୦୧୧ରେ ଆସିଲା ‘ବଡି ଗାର୍ଡ’ ଆଉ ଏହା ବି ହେଲା ବକ୍ସ ଅଫିସରେ ହିଟ୍‌ ୬୦କୋଟି ଖର୍ଚ୍ଚରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ବ୍ୟବସାୟ କଲା ୧୪୨ କୋଟି। ୨୦୧୨ରେ ପୁଣି ଥରେ ଇଦ୍‌ରେ ଧୁମ୍‌ ମଚାଇଲେ ସଲମାନ। ‘ଏକ୍‌ ଥା ଟାଇଗର’ ମଧ୍ୟ ଶହେ କୋଟି କ୍ଲବରେ ସାମିଲ ହେଲା। ‘କିକ୍‌’ ମଧ୍ୟ ରହିଲା ନାହିଁ ପଛରେ। ଭାଇଜାନଙ୍କ ଏହି ଫିଲ୍ମ ସହଜରେ ୨ଶହ କୋଟି କ୍ଲବରେ ସାମିଲ ହୋଇଥିଲା। ୨୦୧୫ରେ ସବୁ ରେକର୍ଡ ବ୍ରେକ୍‌ କଲା ସଲମାନ୍‌ଙ୍କ ଅଭିନୀତ ଫିଲ୍ମ ‘ବଜରଙ୍ଗି ଭାଇଜାନ୍‌’। ୯୭୦ କୋଟିର ବିଜନେସ୍‌ କରି ଇଦ୍‌ରେ ବଲିଉଡ୍‌ ବକ୍ସ ଅଫିସରେ କଲା ରେକର୍ଡ। ସେମିତି ‘ସୁଲତାନ୍‌’ ଓ ‘ଟ୍ୟୁବଲାଇଟ୍‌’ ମଧ୍ୟ ଇଦ୍‌ ଅବସରରେ ରିଲିଜ୍‌ ହୋଇ ସଲମାନଙ୍କ ପାଇଁ ଆଣିଥିଲା ସଫଳତା।

Share