ଇଦ୍‌ରେ ଶୈଫ ବନିଲେ ରୋଷେୟା

ମୁମ୍ବାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍‌ଡାଉନ ଚାଲିଥିବାରୁ ଏଥର ଇଦ୍‌ ପର୍ବ ସମାନ୍ୟ ଫିକା ପଡିଯାଇଛି। ବିଶେଷ ଭାବେ ମାୟାନଗରୀରେ ସେଲିବ୍ରିଟିମାନେ ନିଜ ନିଜ ଘରେ ଇଦ୍‌ ପାଳନ କରିଛନ୍ତି। ଆଉ ଏଥର ଇଦ୍‌ରେ ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ନିଜ ଘରେ ସମସ୍ତଙ୍କ ପାଇଁ ମଟନ ବିରିୟାନି ତିଆରି କରିଥିବା ଜଣାପଡିଛି। ତେବେ କରିସ୍ମା କପୁର ଯେତେବେଳେ ଲଞ୍ଚରେ ବିରିୟାନି ପ୍ଲେଟର ଫଟୋ ଶେୟାର କରି କହିଥିଲେ ଯେ ଶୈଫଙ୍କ ହାତ ତିଆରି ବିରିୟାନି ଖୁବ୍‌ ସୁନ୍ଦର ହୋଇଛି। ଫଟୋ ସହ କରିସ୍ମା ଲେଖିଥିଲେ ଶୈଫ ଆଜି ପର୍ଯ୍ୟନ୍ତ ଯେତେଥର ମଟନ ବିରିୟାନି ପ୍ରସ୍ତୁତ କରିଛନ୍ତି ଏହା ସବୁଠାରୁ ଅଧିକ ଟେଷ୍ଟି ହୋଇଛି। ତେବେ ଏଥର ଘରେ ଇଦ୍‌ ପାଳନ କରାଯାଉଥିବାରୁ ଶୈଫ ଅଲି ଖାଁ ଏଥର ସମସ୍ତଙ୍କ ପାଇଁ ଘରେ ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରିଥିବା ଜଣାପଡିଛି।

Share