ଇଦ୍‌ରେ ସମୂହ ନମାଜ ପାଠ ପାଇଁ ଘଣ୍ଟାଏ ମିଳୁ: ଦାବି ଜଣାଇଲା ଏଏପି

କଟକ ଅଫିସ,୨୩ା୫: ଇଦ୍‌ ଅବସରେ ସମୂହ ନମାଜ ପାଠ ପାଇଁ ଦାବି କରିଛି ଆମ୍‌ ଆଦ୍‌ମି ପାର୍ଟି (ଏଏପି) ସଂଖ୍ୟାଲଘୁ ଶାଖା। ଶାଖା ସଭାପତି ସେଖ୍‌ ମୁସ୍ତାକିମ ବକ୍ସଙ୍କ ନେତୃତ୍ୱରେ କର୍ମୀମାନେ ଶୁକ୍ରବାର ଜିଲାପାଳଙ୍କ ଜରିଆରେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ରମଜାନ ମାସରେ ଉପବାସ ପରେ ଇଦଲ୍‌ ଫିତର୍‌ ପାଳନ ହୁଏ। କିନ୍ତୁ କରୋନା ପାଇଁ ରମଜାନ ମାସରେ ସମସ୍ତେ ନିଜ ନିଜ ଘରେ ନମାଜ ପଢୁଛନ୍ତି। ଆଗକୁ ଥିବା ଇଦ୍‌ରେ ମାତ୍ର ଘଣ୍ଟାଏ ପାଇଁ ଗ୍ରୀନ୍‌ ଜୋନ୍‌ରେ ସାମାଜିକ ଦୂରତା ବଜାୟ ରଖି ସମୂହ ନମାଜ ପାଠ ପାଇଁ ଅନୁମତି ମିଳୁ। କେହି କାହାରି ସାଙ୍ଗରେ ମିଶିବେ ନାହିଁ। ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କୁ ମସ୍‌ଜିଦ୍‌ରେ ପ୍ରବେଶ କରାଯିବ ନାହିଁ। ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେବାକୁ ନିବେଦନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ନଗର ସମ୍ପାଦକ ବିଜୟ ମହାରଣା, ସହ ସମ୍ପାଦକ ପ୍ରଦ୍ୟୁମ୍ନ ଚକ୍ରବର୍ତ୍ତୀ, ନଗର ସଂଖ୍ୟାଲଘୁ ଶାଖା ସଭାପତି ନିଆଜ ଖାନ୍‌ ଉପସ୍ଥିତ ଥିଲେ।

Share