ଇଦ୍‌-ଉଲ୍‌-ଜୁହାର ଖୁସି ନୁହେଁ ଦର ବୃଦ୍ଧିରେ ଲୁହ ଗଡାଉଛି କାଙ୍ଗାଳ ପାକିସ୍ତାନ

ଇସଲାମାବାଦ,୧୨।୮: ସାରା ବିଶ୍ୱରେ ସୋମବାର ଇଦ୍‌-ଉଲ୍‌-ଜୁହା ବା ବକରି ଇଦ୍‌ ପାଳନ କରାଯାଉଥିବା ବେଳେ କାଙ୍ଗାଳ ପାକିସ୍ତାନ କିନ୍ତୁ ମହଙ୍ଗା ମାଡରେ ଯେମିତି ଚେପା ହୋଇଯାଇଛି। ମୁସଲମାନଙ୍କର ଏହି ଦେଶ ଏବେ ଇଦ୍‌-ଉଲ୍‌-ଜୁହାର ଖୁସିକୁ ଉପଭୋଗ କରିପାରି ନାହିଁ। ତେବେ ଭାରତ ସହ ସମ୍ପର୍କ ଛିନ୍ନ କରିବା ପରେ ତା’ର ପରିଣତି ଏବେ ଭୋଗିବାକୁ ପଡୁଛି ପାକିସ୍ତାନକୁ। ଏଠାରେ ଦରଦାମ ଏତେ ବୃଢି ଯାଇଛି ଯେ ସାଧାରଣ ଲୋକେ ଖାଦ୍ୟ ସମାଗ୍ରୀ କିଣିବାକୁ ଅସମର୍ଥ ହୋଇ ପଡିଛନ୍ତି। ପନିପରିବାର ଦାମ୍‌ ଶହ ଶହ ଟଙ୍କା ହୋଇଥିବାରୁ ଏଠାରେ ଇଦ୍‌-ଉଲ୍‌-ଜୁହା ଏକ ପ୍ରକାର ଫିକା ପଡିଯାଇଛି। ଏଠାରେ ଅଦା କିଲୋ ୪ଶହ ଟଙ୍କା ଥିବା ବେଳେ ରସୁଣର ଦାମ୍‌ ରହିଛି କିଲୋଗ୍ରାମ ପିଛା ୩୨୦ ଟଙ୍କା। ସେହିପରି ପିଆଜ ୫୦ଟଙ୍କା ଓ କଞ୍ଚାଲଙ୍କା କିଲୋ ଶହେ ଟଙ୍କାରେ ବିକ୍ରି ହେଉଥିବାରୁ ଏଠାରେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି।

Share